ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କୁ ପଚରାଉଚରା ଲାଗି ନୋଟିସ ଜାରି କରିଛି ସିବିଆଇ । କୁହାଯାଉଛି ଯେ, ସିବିଆଇ ସୋମବାର ଦିନ ସିସୋଦିଆଙ୍କୁ ଜେରା କରିପାରେ । ସିବିଆଇର ଏହି ସମନ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ସେ ସିସୋଦିଆଙ୍କୁ ସହିଦ ଭଗତ ସିଂହଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଫାଶୀ ଦଉଡି଼ ଭଗତ ସିଂହଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା । ସିସୋଦିଆ ଆଜିର ସମୟର ଭଗତ ସିଂହ । ଅନ୍ୟପକ୍ଷରେ ସିସୋଦିଆ ମଧ୍ୟ ଟ୍ୱିଟ୍ କରି ସେ ସିବିଆଇ ଅଫିସକୁ ଯିବେ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ‘‘ ମୋ ଘରେ ୧୪ ଘଣ୍ଟା ଧରି ଚଢାଉ ହୋଇଥିଲା । କିଛି ମଧ୍ୟ ବାହାରି ନଥିଲା । ମୋ ବ୍ୟାଙ୍କ ଲକରର ତଲାସି ନିଆଯାଇଥିଲା । ସେଠାରୁ ମଧ୍ୟ କିଛି ବାହାରି ନଥିଲା । ସେମାନଙ୍କୁ ମୋ ଗାଁରୁ ମଧ୍ୟ କିଛି ମିଳିନଥିଲା । ଏବେ ସେମାନେ ସୋମବାର ପୂର୍ବାହ୍ନ ୧୧ଟାରେ ମୋତେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି । ମୁଁ ଯିବି ଓ ପୂର୍ଣ୍ଣ ସହଯୋଗ କରିବି । ସତ୍ୟମେବ ଜୟତେ’’
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ