ବାହାନଗା ରେଳ ଦୁର୍ଘଟଣା ମାମଲା । ଆଜି ସରୁଛି ତିନି ଅଭିଯୁକ୍ତଙ୍କ ରିମାଣ୍ଡ । ଆଜି ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ଏହାଛଡା ଅନ୍ୟ ତିନିଜଣଙ୍କୁ ବି ହାଜର ହେବାକୁ ସମନ କରିଛି ତଦନ୍ତକାରୀ ଦଳ । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ କରିଥିଲା ସିବିଆଇ । କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏସମ୍ପର୍କରେ ସିଗନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ