ଚାକିରି ଲାଗି ଜମି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସିବିଆଇର ପଚରାଉଚରା । ଏନେଇ ତେଜସ୍ବୀ କହିଛନ୍ତି ଯେ ସେ ଓ ତାଙ୍କ ପରିବାର ତଦନ୍ତକାରୀ ସଂସ୍ଥାକୁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ମାତ୍ର ଦେଶରେ ଯାହା ଚାଲିଛି ସେ କ୍ଷେତ୍ରରେ ତାଙ୍କୁ କଷ୍ଟ ସହିବାକୁ ପଡ଼ୁଛି । ତେବେ ଏହା ବିରୋଧରେ ସେ ଓ ତାଙ୍କ ପରିବାର ଲଢେଇ ଜାରି ରଖିବେ ଏବଂ ଶେଷରେ ସେମାନେ ବିଜୟୀ ହେବେ ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ତେଜସ୍ବୀଙ୍କ ଭଉଣୀ ମିସା ଭାରତୀ । ଏହାକୁ ନେଇ ମିସା ଭାରତୀଙ୍କୁ ଭେଟିଛନ୍ତି ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ