ଦେବଗଡ଼ ଜିଲ୍ଲାରେ ଚଢ଼ଉ କରି ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ଜବତ ହୋଇଛି ୧ ଟନ୍ ଗଞ୍ଜେଇ। ଏକ ଟ୍ରକରୁ ୮୭ଟି ଗଂଜେଇ ଭର୍ତ୍ତି ଅଖା ଜବତ କରିଥିଲା ଏସଟିଏଫ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ।
ଭୁବନେଶ୍ୱର ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ଟି ଗାଡ଼ିରେ ଲୋଡ୍ ହୋଇଥିବା ପ୍ରାୟ ଏକ ଟନ୍ ଓଜନର ଗଞ୍ଜେଇ ଜବତ କରିଥିଲା। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ କାରବାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍।
ଗିରଫ ୪ ଜଣଙ୍କ ଭିତରୁ ସମ୍ୱଲପୁର ଜିଲ୍ଲାର ଆଶିଷ ବାରିକ ହେଉଛନ୍ତି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଅନ୍ୟ ଅଭିଯୁକ୍ତମାନେ ହେଲେ ବରଗଡ଼ର ସୁବାସ ସିକଦାର, ଅନୁଗୋଳ ଜିଲ୍ଲାର ରତ୍ନା କିଶୋର ସାହୁ ଓ ସମିତି ନାୟକ। ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍ଟିଏଫ୍।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍