The Topmost

“The eyes believe themselves, the ears believe other people.”

2050 ସୁଦ୍ଧା ପିଠି ଯନ୍ତ୍ରଣାରେ ଆକ୍ରାନ୍ତ ହେବେ 84 କୋଟି ଲୋକ..

୨୦୫୦ ସୁଦ୍ଧା ପାୟ ୮୪ କୋଟି ଲୋକ ମେରୁଦଣ୍ଡଜନିତ ଯନ୍ତ୍ରଣାରେ ଆକ୍ରାନ୍ତ ହେବେ। ତାକ୍ତରୀ ଭାଷାରେ କହିବାକୁ ଗଲେ ଏହାର ଅର୍ଥ ‘ରିଉମାଟୋଲୋଜି ବା ପିଠି ଯନ୍ତଣାଜନିତ ରୋଗରେ ପୀଡ଼ିତ ହେବେ। ବରିଷ୍ଠ ଡାକ୍ତର ଓ ଗବେଷକମାନେ ୩ଠବର୍ଷର ଗବେଷଣାରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରସିଦ୍ଧ ଲାନ୍ସଟେ ଜର୍ଣ୍ଣାଲ୍‌ରେ ଏହା ପ୍ରକାଶିତ ହୋଇଛି ବୋଲି ବରିଷ୍ଠ ମେଡିସିନ୍‌ ବିଶେଷଜ୍ଞ ପ୍ରଫେସର ଡାକ୍ତର କେ.ପି. ତ୍ରିପାଠୀ କହିଛନ୍ତି। ଭାରତ ଭଳି ବହୁଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହି ପିଠି ଯନ୍ତ୍ରଣାଜନିତ ବା ମେରୁଦଣ୍ଡ ରୋଗ ଅଧିକ ମାତ୍ରାରେ ଦେଖାଯିବ ଓ ବୃଦ୍ଧି ପାଇବ। ଚିକିତ୍ସା ସଚେତନତାର ନିରନ୍ତର ଅଭାବ ଏଥିପାଇଁ ମୁଖ୍ୟତଃ ଦାୟୀ। ଏହି ରୋଗର ଚିକିତ୍ସା ପ୍ରଣାଳୀ ମଧ୍ୟ ସୀମିତ ଓ ସମୟସାପେକ୍ଷ ହେଉଥିବାରୁ ତଥା ରୋଗୀ ଆଭିମୁଖ୍ୟର ଅଭାବ କାରଣରୁ ଏହା ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା ସଙ୍କଟ ସୃଷ୍ଟି କରିବ। ପିଠିଯନ୍ତ୍ରଣା ଆଗାମୀ ଦିନରେ ବିଶ୍ୱରେ କୋଟି କୋଟି ମଣିଷଙ୍କୁ ଅକ୍ଷମ କରିଦେବାର ପ୍ରମୁଖ କାରଣ ପାଲଟିବ ବୋଲି ତାକ୍ତର କେ.ପି. ତ୍ରିପାଠୀ କହିଛନ୍ତି।

publive-image

ବେକ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାଜନିତ ରୋଗ ଆର୍ଥ୍ରାଇଟିସ୍‌ ମୁଖ୍ୟତଃ କମ୍‌ ବୟସରୁ ମଧ୍ୟବୟସ୍କ ଲୋକମାନଙ୍କୁ ଅଧିକ ଆକ୍ରାନ୍ତ କରି ଘାଇଲା କରିବ। ପୁରୁଷମାନଙ୍କୁ ବେକ ଯନ୍ତ୍ରଣା ଅଧିକ ମାତ୍ରାରେ ପ୍ରଭାବିତ କରିବ। ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଏହା କମ୍‌ ମାତ୍ରାରେ ଦେଖାଯାଇଥାଏ ବୋଲି ଡାକ୍ତର ତ୍ରିପାଠୀ ସୂଚନା ଦେଇଛନି।

ଏହି ଗବେଷଣା ଉପରେ ମତ ଦେଇ ସଚେତନତା ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ‘୧୯୯୦ରୁ ୨୦୨୦ ମସିହା ପର୍ଯ୍ୟନ୍ତ ୨୪୦ଟି ଦେଶ ଓ ଅଞ୍ଚଳରୁ ଗ୍ଲୋବାଲ୍‌ ବଡର୍ଣ୍ଣ ଅଫ୍‌ ଡିଜିଜ୍‌(ଜିବିଡି) ତଥ୍ୟକୁ ବିଶ୍ଲେଷଣ କରି ସମୟକ୍ରମେ ପିଠି ଯନ୍ତ୍ରଣାର ଦୃଶ୍ୟପଟ୍ଟକୁ ମ୍ୟାପ୍‌ କରାଯାଇଥିଲା। ଏହି ରୋଗର ମୃତ୍ୟୁ ହାର ଏବଂ ଭିନ୍ନ କ୍ଷମତାକୁ ନେଇ ବିଭିନ୍ନ ଦେଶ, ସମୟ ଏବଂ ବୟସର ଜିବିଡି ହେଉଛି ସବୁଠାରୁ ବ୍ୟାପକ ଚିନ୍ତା। ବିଶ୍ୱ ବ୍ୟାପି ଲୋକଙ୍କୁ ପ୍ରଭାବିତ କରି ରିଉମାଟୋଲୋଜି ବିଶାଳ ବର୍ଦ୍ଧିତ ରୋଗର ବୋଝ ସ୍ବାସ୍ଥ୍ୟ ସେବା ପ୍ରତି ଏକ ଆହ୍ୱାନ ପାଲଟିବାକୁ ବସିଲାଣି। ଏହାଦ୍ୱାରା କୋଟି କୋଟି ମଣିଷଙ୍କର କାର୍ଯ୍ୟଷମ ଦକ୍ଷତା କମିଯିବ ଏବଂ ଏକ ଅର୍ଥନୈତିକ ବୋଝ ପରିବାର, ସମାଜ ଓ ରାଷ୍ଟ୍ରପ୍ରତି ସୃଷ୍ଟ ହେବ ବୋଲି ଡାକ୍ତର ତ୍ରିପାଠୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

SHARE BY