କଣ୍ଟେନର୍ରେ ଧକ୍କା ଖାଇ ବସ୍ରେ ଲାଗିଲା ନିଆଁ । ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୨ ଜଣ ଆହତ ହୋଇଥିବା ସୂଚନା । ଆଜି ସକାଳୁ ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୨ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି । ସକାଳ ପ୍ରାୟ ୫ଟା ବେଳେ ନାସିକ ଅନ୍ତର୍ଗତ ଔରଙ୍ଗାବାଦ ସଡ଼କରେ ଏକ କଣ୍ଟେନର୍ରେ ଧକ୍କା ଖାଇବା ପରେ ଉକ୍ତ ବସ୍ରେ ନିଆଁ ଲାଗିଯାଇଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହା ଜାଣିବାକୁ ଉଦ୍ୟମ କରାଯାଉଥିବା କଥା ପୁଲିସ କହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ