ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଟାରିଫି ମହଙ୍ଗା କରିବା ପରେ ଲକ୍ଷାଧିକ ଗ୍ରାହକ BSNL ମୁହାଁ ହୋଇଛନ୍ତି। ଶୁକ୍ରବାର ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ ଜାରି କରିଥିବା ରିପୋର୍ଟରେ ଏହି ସୂଚନା ମିଳିଛି। ଜୁଲାଇ ମାସରେ ଲକ୍ଷାଧିକ ଗ୍ରାହକ ମାସରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆ ଛାଡ଼ି ବିଏସଏନଏଲ ସର୍ଭିସ୍ ନେଇଛନ୍ତି।
ଜୁଲାଇ ମାସରେ ୩ ଘରୋଇ ଟେଲିକମ କମ୍ପାନୀ- ଜିଓ, ଭୋଡ଼ା-ଆଇଡିଆ ଓ ଏୟାରଟେଲ୍ ୧୧-୨୫ ପ୍ରତିଶତ ମୋବାଇଲ୍ ରିଚାର୍ଜ ମହଙ୍ଗା କରିଥିଲେ। ଭାରତ ଭଳି ଏକ ନିମ୍ନମଧ୍ୟବିତ୍ତ ଦେଶରେ ଲୋକ ମହଙ୍ଗା ରିଚାର୍ଜ ଗ୍ରାହକଙ୍କ ପକେଟ୍ ଉପରେ ଚାପ ପକାଇଥିଲା। ଫଳରେ ଲକ୍ଷାଧିକ ଗ୍ରାହକ ସବୁଛାଡ଼ି ବିଏସଏନଏଲକୁ ଆପଣାଇ ନେଇଛନ୍ତି। ବିଏସଏନଏଲ ଏକମାତ୍ର କମ୍ପାନୀ ଭାବେ ଜୁଲାଇ ମାସରେ କଷ୍ଟମର ଯୋଡ଼ିଛି।
ଜୁଲାଇ ଶେଷ ସୁଦ୍ଧା ଜିଓ ୭,୫୦ ହଜାର ଗ୍ରାହକ ହରାଇଥିବା ବେଳେ ଏୟାରଟେଲ ୧.୬୯ ମିଲିଅନ ଗ୍ରାହକ ଓ ଭୋଡ଼ାଫୋନ ଆଇଡିଆ ୧.୪୧ ମିଲିଅନ ଗ୍ରାହକ ହରାଇଛନ୍ତି। ଗ୍ରାହକ ହରାଇବା ପରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭୫.୭୬ ମିଲିଅନ, ଏୟାରଟେଲ୍ ୩୮୭.୩୨ ମିଲିଅନ ଏବଂ ଭୋଡ଼ାଫୋନ ଆଇଡିଆ ୨୧୫.୮୮ ମିଲିଅନକୁ ଖସି ଆସିଛି।
କେବଳ ବିଏସଏନଏଲ ହିଁ ଜୁଲାଇ ମାସରେ ଗ୍ରାହକ ଯୋଡ଼ିପାରିଛି। ଜୁଲାଇ ଶେଷ ସୁଦ୍ଧା ୨.୯୩ ମିଲିଅନ କଷ୍ଟମର ବିଏସଏନଏଲ୍ ସେନା ନେଇଛନ୍ତି। ଫଳରେ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ବଢ଼ି ୮୮.୫୧ ମିଲିଅନ ହୋଇଛି।
ଘରୋଇ କମ୍ପାନୀଗୁଡ଼ିକ ଗ୍ରାହକ ହରାଇବା ପରେ ଜିଓର ମାର୍କେଟ୍ ଶେୟାର ୪୦.୬୮ ପ୍ରତିଶତ ଖସିଥିବା ବେଳେ ଏୟାରଟେଲ୍ର ୩୩.୧୨ ପ୍ରତିଶତ ଏବଂ ଭୋଡ଼ାଫୋନ ଆଇଡିଆର ୧୮.୪୬ ପ୍ରତିଶତ ମାର୍କେଟ୍ ଶେୟାର ହ୍ରାସ ପାଇଛି। କେବଳ ବିଏସଏନଏଲ୍ର ମାର୍କେଟ୍ ଶେୟାର ୭.୫୯ ପ୍ରତିଶତ ହୋଇଛି।
ତେବେ ବଡ଼ କଥା ହେଲା ଏକମାତ୍ର ଘରୋଇ କମ୍ପାନୀ ଭାବେ ଏୟାରଟେଲ୍ ୪ଜି ଓ ୫ଜି ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଫଳରେ ୨.୫୬ ମିଲିଅନ ଯୁଜର ସହ ଯୋଡ଼ି ହୋଇଛନ୍ତି। ଅନ୍ୟପଟେ ଜିଓ ୭୬୦,୦୦୦ ୪ଜି/୫ଜି ଗ୍ରାହକ ହରାଇଥିବା ବେଳେ ଭିଆଇ ୩ଜି/୪ଜି ଗ୍ରାହକ ସଂଖ୍ୟା ୧.୧ ମିଲିଅନ ଗ୍ରାହକ ହରାଇଛି। ତେବେ ଭିଆଇ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭ କରି ନାହିଁ।
ଭିଆଇ ଭଳି ବିଏସଏନଏଲ ମଧ୍ୟ ୫ଜି ସେବା ଆରମ୍ଭ କରି ନାହିଁ। କିଛି କିଛି ଜାଗାରେ ୪ଜି ସେବା ଆରମ୍ଭ କରିଛି। ଜୁଲାଇ ମାସରେ ସରକାରୀ କମ୍ପାନୀ ସହିତ ସର୍ବାଧିକ ୪.୫୯ ମିଲିଅନ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ି ହୋଇଛନ୍ତି। ଫଳରେ ବିଏସଏନଏଲର ମୋବାଇଲ ବ୍ରଡ ବ୍ୟାଣ୍ଡ ୟୁଜରଙ୍କ ସଂଖ୍ୟା ୨୫.୪୨ ମିଲିଅନକୁ ବୃଦ୍ଧି ପାଇଛି। ସେହିପରି ଆକ୍ଟିଭ୍ ୟୁଜରରେ ବିଏସଏନଏଲ ୨.୯୧ ମିଲିଅନ କଷ୍ଟମର ଯୋଡ଼ିଛି। ଜୁଲାଇ ମାସରେ ବିଏସଏନଏଲର ଆକ୍ଟିଭ ୟୁଜର ସଖ୍ୟା ୪୯.୪୯ ମିଲିଅନକୁ ବୃଦ୍ଧି ପାଇଛି। ହେଲେ ଜିଓ, ଏୟାରଟେଲ୍ ଓ ଭିଆ ଯଥାକ୍ରମ ୩.୦୩ ମିଲିଅନ, ୧.୧୭ ମିଲିଅନ ଏବଂ ୨୧୦,୦୦ ଆକ୍ଟିଭ ୟୁଜର ହରାଇଛନ୍ତି।
More Stories
ଓଡିଶା ହାତରେ ଗୁରୁ ଦାୟିତ୍ବ, ଖଣିଜ ସମ୍ପଦର ହବ୍ ହେବ ଓଡିଶା
ଚଳିତମାସ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
ଶେଷରେ ମୁଣ୍ଡ ନୁଆଁଇଲା RINL