The Topmost

“The eyes believe themselves, the ears believe other people.”

ଜିଓ 5Gରୁ ବଳିଯିବ BSNL 4G, ସକ୍ରିୟ ହେଲା 15000 ଟାୱାର୍

ବିଏସ୍ଏନ୍ଏଲ୍ 4G ସେବାକୁ ନେଇ ଥିବା ଅପେକ୍ଷା ଏବେ ଅନ୍ତ ହୋଇଛି । ସରକାରୀ ଟେଲିକମ୍ କମ୍ପାନି ସାରା ଦେଶରେ ସୁପରଫାଷ୍ଟ କନେକ୍ଟିଭିଟି ଦେବା ପାଇଁ ମୋବାଇଲ୍ ଟାୱାର ଅପଗ୍ରେଡ୍ କରିବା କାମରେ ଲାଗିଛି । କମ୍ପାନି ଖୁବଶୀଘ୍ର ଏକାସଙ୍ଗରେ ସାରା ଦେଶରେ 4G ସେବା ଆରମ୍ଭ କରିବାକୁ ଯାଉଛି । କେବଳ ଏତିକି ନୁହେଁ ଘରୋଇ ଟେଲିକମ୍ କମ୍ପାନିଙ୍କୁ ଟକ୍କର ଦେବା ପାଇଁ ବିଏସଏନଏଲ୍ 5G ଟେଷ୍ଟିଂ ଆରମ୍ଭ କରିଦେଇଛି । କମ୍ପାନି ୟୁଜର୍ସଙ୍କୁ 5G ସିମ୍ କାର୍ଡ ମଧ୍ୟ ଉପଲବ୍ଧ କରାଇବାରେ ଲାଗିଛି ।

ବିଏସ୍ଏନ୍ଏଲ୍ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସୂଚନା ଦେଇ କହିଛି ଯେ ୧୫୦୦୦ରୁ ଅଧିକ 4G ମୋବାଇଲ ସାଇଟ୍ କାମ ଶେଷ କରାଯାଇଛି । କମ୍ପାନି ନିଜ ପୋଷ୍ଟରେ କହିଛି ଯେ ଆତ୍ମନିର୍ଭର ଭାରତ ଇନିସିଏଟିଭ୍ ଅଧିନରେ ଏହି ସାଇଟ୍ଗୁଡିକୁ ତିଆରି କରାଯାଇଛି, ଯାହା ସାରା ଭାରତରେ ସିମ୍ଲେସ୍ କନେକ୍ଟିଭିଟି ଉପଲବ୍ଧ କରାଇବ । ବିଏସ୍ଏନ୍ଏଲ୍ 4G ସେବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏଥିରେ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ଏହି ମୋବାଇଲ୍ ଟାୱାରରେ ଭାରତରେ ନିର୍ମିତ ଉପକରଣ ବ୍ୟବହାର କରାଯାଇଛି ।

bsnl-4g-to-be-replaced-by-jio-5g-15000-towers-activated

ବିଏସ୍ଏନ୍ଏଲ୍ 4G ସେବା ଲଞ୍ଚ୍ କରିବା ସବ 5G ଟେଷ୍ଟିଂ ମଧ୍ୟ ଆରମ୍ଭ କରିଛି । କିଛି ଦିନ ପୂର୍ବେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ୱଦେଶୀ ଟେକ୍ନୋଲଜି ଆଧାରିତ ବ ବିଏସ୍ଏନ୍ଏଲ୍ 5G ନେଟୱାର୍କକୁ ବ୍ୟବହାର କରି ଭିଡିଓ କଲ୍ କରିଥିଲେ । ସେହି ଭିଡିଓ ସାମନାକୁ ଆସିବା ପରେ କୋଟି କୋଟି ୟୁଜର୍ସ ବିଏସ୍ଏନ୍ଏଲ୍ 5G ସେବାକୁ ଅପେକ୍ଷା କରିଛନ୍ତି ।