ବିଏସକେଓ୍ବାଇରେ ଯୋଡ଼ିହେଲା ଆଉ ୨୯ଟି ସ୍ପେଶିଆଲିଟି ହସ୍ପିଟାଲ । ଓଡ଼ିଶା ସହ ୧୫ଟି ରାଜ୍ୟର ଏସବୁ ହସ୍ପିଟାଲରେ ସ୍ମାର୍ଟ କାର୍ଡ ଦ୍ବାରା ମାଗଣାରେ ଚିକିତ୍ସା ପାଇପାରିବେ ହିତାଧିକାରୀ । ମୋଟ୍ ୫୫୪ଟି ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ । କଟକର ଜିଲ୍ଲାର ୧୯ ଘରୋଇ ହସ୍ପିଟାଲ BSKYରେ ସାମିଲ ହୋଇଥିବା ବେଳେ ଯାଜପୁରର ୩, ନୟାଗଡ, ନୂଆପଡା ଓ ବଲାଙ୍ଗୀର ୨ଟି ଲେଖାଏଁ ହସ୍ପିଟାଲ ସାମିଲ ହୋଇଛି। BSKYରେ ସାମିଲ ହୋଇଥିବା ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ମିଳିବ । ଏନେଇ BSKY ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ସହ ଚୁକ୍ତିନାମା ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ । ସମୀକ୍ଷା ବୈଠକରେ BSKY ସିଇଓ ଡକ୍ଟର ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା