The Topmost

“The eyes believe themselves, the ears believe other people.”

୨୦୩୦ ସୁଦ୍ଧା ଧୂମପାନ ମୁକ୍ତ ହେବ ବ୍ରିଟେନ୍ 

ବର୍ତ୍ତମାନ ଯୁବପୀଢି ନିଶା ପ୍ରତି ଅଧିକ ଆକୃଷ୍ଠ ହେଉଛନ୍ତି । ପ୍ରାୟ ସମସ୍ତେ ମଦ ଓ ସିଗାରେଟ୍ ପିଉଛନ୍ତି । ଯାହାଦ୍ୱାରା ଦେଶର ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଉଛି । ଦେଶର ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ କିଛି ଦେଶ ନିଶା ସେବନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ଆଇନ୍ ମଧ୍ୟ ଆଣିବାକୁ ଯାଉଛନ୍ତି । ନ୍ୟୁଜିଲାଣ୍ଡରେ ଧୂମପାନ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ବ୍ରିଟେନରେ ସିଗାରେଟକୁ ବ୍ୟାନ୍ କରିବା ଉପରେ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଧୂମପାନ ଉପରେ କଟକଣା ଲଗାଇପାରନ୍ତି । ବ୍ରିଟିସ୍ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁସାରେ, ବ୍ରିଟେନରେ ଅଧିକରୁ ଅଧିକ ଲୋକଙ୍କୁ ଧୂମପାନ ଛାଡିବା ପାଇଁ ପ୍ରୋତ୍ସାହିତ କରାଯିବ । ୨୦୩୦ ସୁଦ୍ଧା ବ୍ରିଟେନ୍ ଧୂମପାନ ମୁକ୍ତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଗର୍ଭବତୀ ମହିଳାଙ୍କୁ ସିଗାରେଟ୍ ଛାଡିବା ପାଇଁ ଏକ ଭାଉଚର୍ ଯୋଜନା ଆଣିବାର ଯୋଜନା ରଖାଯାଇଛି ।