ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ହୋଇଥିବା ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛି ଯେ, ବ୍ରିଜଭୂଷଣ ଜାଣିଥିଲେ ସେ କ’ଣ କରୁଛନ୍ତି । ଦିଲ୍ଲୀ ପୋଲିସ କହିଛି ବ୍ରିଜଭୂଷଣ ଯେତେବେଳେ ବି ସୁଯୋଗ ପାଇଛନ୍ତି ସେତେବେଳେ ସେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲେ । ଦିଲ୍ଲୀ ପୋଲିସ କହିଛି ପ୍ରଶ୍ନ ଏହା ନୁହେଁ କି ପୀଡିତା ମହିଳା କୌଣସି ପ୍ରତିକ୍ରିୟା ଦେଇଛନ୍ତି କି ନାହିଁ, ହେଲେ ଏହା ସତ୍ୟ ଯେ ତାଙ୍କ ସହିତ ଅନ୍ୟାୟ କରାଯାଇଛି । ଏହାସହ ଯେଉଁ ପ୍ରମାଣ ଓ ସାକ୍ଷୀ ପ୍ରଦାନ କରାଯାଇଛି ତାହା ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ କରାଯାଇଛି ଓ ଏହା ବ୍ରିଜଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ଅଟେ । ଦିଲ୍ଲୀ ପୋଲିସର ଏଭଳି ଯୁକ୍ତି ପରେ ଏବେ ବ୍ରିଜଭୂଷଣଙ୍କ ପାଇଁ ଅଡୁଆ ବଢିଛି । ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଦିଲ୍ଲୀସ୍ଥିତ ଭାରତୀୟ କୁସ୍ତିସଂଘ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ସହ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରି କହିଛି ଯେ ଏହି ଅଭିଯୋଗଗୁଡିକର ଅଧିକାର ଦିଲ୍ଲୀରେ ହିଁ ରହିଛି । ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସଂପର୍କରେ ଦିଲ୍ଲୀ ପୋଲିସ କହିଛି ଯେ ତାଜିକିସ୍ତନାରେ ଏକ କାର୍ଯ୍ୟକ୍ରମ ସମୟରେ ବ୍ରିଜଭୂଷଣ ଅଭିଯୋଗକାରୀଙ୍କୁ କୋଠରୀକୁ ଡାକି ଜୋର ଜବରଦସ୍ତ ଆଲିଙ୍ଗନ କରିଥିଲେ । ଯେତେବେଳେ ଅଭିଯୋଗକାରୀ ଏହାକୁ ବିରୋଧ କରିଥିଲେ , ବ୍ରିଜଭୂଷଣ କହିଥିଲେ ଏହା ସେ ଜଣେ ପିତାଙ୍କ ଭଳି କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି, ବ୍ରିଜଭୂଷଣ ଯାହା କରୁଥିଲେ ତା ବାବଦରେ ସେ ଅବଗତ ଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍