ଟୀକା ନ ସରିବା ପର୍ଯ୍ୟନ୍ତ ଓଡ଼ିଶାରେ ମାଗଣା ଟିକାକରଣ ପାଇଁ ସରକାରଙ୍କ ନିଷ୍ପତ୍ତି । ମାଗଣା କୋଭିଡ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ମାଗଣା ଟିକାକରଣ ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ ଥିଲେ ସୁଦ୍ଧା ଏହାକୁ ଆଗକୁ ମଧ୍ୟ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ, ତେଣୁ ରାଜ୍ୟରେ ଯେତିକି ଟୀକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଏବେ ରାଜ୍ୟରେ ସାଢେ ୩ ଲକ୍ଷ ଟୀକା ମହଜୁଦ୍ ରହିଛି । ଏପରିକି ଆଜି କିମ୍ବା କାଲି ମଧ୍ୟରେ ଆଉ କିଛି ଟୀକା ଆସିବାର ରହିଛି । ଏବେସୁଦ୍ଧା ରାଜ୍ୟରେ ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇ ସାରିଲେଣି । ସେହିଭଳି ବୁଷ୍ଟର ଡୋଜ ନେବାରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ