The Topmost

“The eyes believe themselves, the ears believe other people.”

ନ୍ୟାଚୁରାଲି ବଢାନ୍ତୁ ଶରୀରର ଇମ୍ୟୁନିଟି

ସ୍ବାସ୍ଥ୍ୟର ଯତ୍ନ ନେବା ଆମ ସମସ୍ତଙ୍କ ଦ୍ବାରା ସମ୍ଭବ। ଏକ ସନ୍ତୁଳିତ ଜୀବନଶୈଳୀ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଇମ୍ୟୁନିଟି ବଢ଼ାଇବା ପାଇଁ ସୁଷମ ଖାଦ୍ୟ ସହିତ ନିଦ୍ରା, ବ୍ୟାୟାମ, ଯୋଗ, ଶରୀରର ଓଜନ ନିୟନ୍ତ୍ରଣ, ମାନସିକ ସ୍ଥିରତା, ଉତ୍ତମ ପରିବେଶ ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ ଉପରେ ଧ୍ୟାନ ଦେଲେ ସୁସ୍ଥ ଶରୀର ମଧ୍ୟରେ ରୋଗ ପ୍ରବେଶ ଓ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଇପାରିବ।

କେତେକ ଗବେଷଣା ଅନୁସାରେ ମାନସିକ ଚାପ, ଅବସାଦ, ଆଶଙ୍କା, ଭୟ, ଅନିଦ୍ରା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ। ନିୟମିତ ଯୋଗ, ପ୍ରାଣାୟମ, ମାନସିକ ଚାପ କମାଇବା ସଙ୍ଗେସଙ୍ଗେ ଶରୀରର ଅନେକ ହରମୋନର ସନ୍ତୁଳିତ କ୍ଷରଣ ଏବଂ ରକ୍ତସଂଚାଳନ ପ୍ରକ୍ରିୟାକୁ ଉତ୍ତମ ରୂପେ ନିୟନ୍ତ୍ରଣ କରିଥାଏ।

ସୁଷମ ଖାଦ୍ୟ ମଧ୍ୟରେ ସବୁଜ ପନିପରିବା ଯଥା- ଶାଗ, କଖାରୁ ଓ ଏହାର ମଞ୍ଜି, ବ୍ରୋକଲି, ବିନ୍ସ, କାକୁଡ଼ି, ଗାଜର, ସଜନା ଶାଗ ଓ ଛୁଇଁ ଏବଂ ବିଭିନ୍ନ ଫଳରେ ଭିଟାମିନ୍‌, କପର, ମ୍ୟାଗନେସିୟମ, ଜିଙ୍କ ଥିବାରୁ ଏହା ରୋଗ ପ୍ରତିରୋଧ ପାଇଁ ଆବଶ୍ୟକ। ଦହି, ଲେମ୍ବୁ, ଅଂଳା, ବେଲର ପାନୀୟ, ଜିରାପାଣି, ପଇଡ଼ ପାଣି ମଧ୍ୟ ଏହି ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ପିଆଜ, ରସୁଣ, ହଳଦୀ, କ୍ୟାପ୍‌ସିକମ୍‌ ଶରୀରରେ ଥିବା ଭୂତାଣୁକୁ ବିନାଶ କରିଥାଏ। ସାମୟିକ ଉପବାସ, ମଦ ଓ ମାଦକ ଦ୍ରବ୍ୟ ସେବନ ନ କଲେ ଏହା ରୋଗମୁକ୍ତ ରଖେ। ଏହା ସହ ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ କରୋନା ପାଇଁ ନିୟମାବଳୀ ପାଳନ କରିବା ଅପରିହାର୍ଯ୍ୟ।

ସମସ୍ତ ଚିକିତ୍ସା ବିଜ୍ଞାନ, ବର୍ତ୍ତମାନ ମାନବ ଶରୀର ଇମ୍ୟୁନିଟ ବଢ଼ାଇବା ପାଇଁ ଚେଷ୍ଟିତ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁଇ ପ୍ରକାର। ଯଥା- ସହଜାତ ବା ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଏବଂ ଅର୍ଜିତ ରୋଗପ୍ରତିରୋଧକ ଶକ୍ତି। ଟୀକା ବା ଅନ୍ୟାନ୍ୟ ଚିକିତ୍ସା ପଦ୍ଧତିର ଔଷଧ ଦ୍ବାରା ଶରୀରରେ ସୃଷ୍ଟି କରାଯାଇଥାଏ, ଯାହା ଉଦ୍ଦିଷ୍ଟ ଭୂତାଣୁକୁ ପ୍ରତିରୋଧ କରିଥାଏ। ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ଜନ୍ମରୁ ଆସିଥାଏ ଏବଂ ଏହା ସାମଗ୍ରିକ ଭାବେ ଶରୀରକୁ ପ୍ରବେଶ କରୁଥିବା ସମସ୍ତ ଭୂତାଣୁକୁ ପ୍ରତିରୋଧ କରିବାକୁ ଚେଷ୍ଟା କରେ।

କେତେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ହୋମିଓପାଥିକ ଚିକିତ୍ସା ‌ଇମ୍ୟୁନିଟ୍‌ ବଢ଼ାଇବାରେ ସାହାଯ୍ୟ କରିଥାଏ। ହୋମିଓପାଥିକ ଚିକିତ୍ସାର ମୂଳ ସିଦ୍ଧାନ୍ତ ହେଲା, ‌ଶରୀରରେ ଇମ୍ୟୁନିଟ କମିଲେ ଶରୀରର ବିଭିନ୍ନ ଅଙ୍ଗରେ ରୋଗର ଲକ୍ଷଣ ପ୍ରକାଶ ପାଏ। ଯାହାକୁ ଇମ୍ୟୁନିଟ୍‌ ସିଷ୍ଟମର ଅସ୍ବାଭାବିକତାକୁ ସୂଚାଇ ଥାଏ। ହୋମିଓପାଥୀ ଏହି ଅସ୍ବାଭାବିକ ଲକ୍ଷଣ ଉପରେ ଭିତ୍ତି କରି ଦିଆଯାଇଥାଏ, ଯାହା ଇମ୍ୟୁନିଟ୍‌ ସିଷ୍ଟମକୁ ସୁସ୍ଥ କରି ଶରୀରକୁ ରୋଗମୁକ୍ତ କରାଇଥାଏ। ଏହାର ଏକ ଉପଯୁକ୍ତ ଉଦାହରଣ ହେଲା, ରୋଗୀର ବିଭିନ୍ନ ଅଙ୍ଗରେ ରୋଗ ଥିଲେ ମଧ୍ୟ ଗୋଟିଏ ନିର୍ବାଚିତ ହୋମିଓପାଥିକ ଔଷଧ ଏହି ସମସ୍ତ ରୋଗକୁ ଭଲ କରିଥାଏ।

SHARE BY