ଅମ୍ବାନୀ କିଣିଦେଲେ ପୁରା ବଲିଉଡ଼ !

ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ୍‌ଙ୍କ ପ୍ରି-ୱେଡିଂ ଉତ୍ସବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ । ଏହା ପୂର୍ବରୁ ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ ଚାଲିଥିଲା । ଯାହାକି ମାର୍ଚ୍ଚ 1-3 ଯାଏଁ ଅନୁଷ୍ଠିତ ହୋଇଥିଲା ।
ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ତାଙ୍କର ଏହି ଉତ୍ସବରେ ବିଲ୍‌ ଗେଟ୍‌ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍‌, କତାର ସୁଲତାନଙ୍କ ଭଳି ହାଇପ୍ରୋଫାଇଲ୍‌ ଅତିଥିଙ୍କ ଭିଡ଼ ଜମିଥିଲା । ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜର ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଇଥିଲା । ରଙ୍ଗବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଭିଆଇପି କାର ବିମାନବନ୍ଦର ନିକଟରେ ରହିଥିଲା । କେବଲ ଏତିକି ନୁହେଁ, ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ଇଭେଣ୍ଟର ଦ୍ୱିତୀୟ ଦିନରେ ବଲିଉଡ୍‌ର ତିନି ଖାନ୍‌ ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ ମଞ୍ଚରେ ନିଜର କମାଲ ଦେଖାଇଥିଲେ । ଏବଂ ଆରଆରଆରର ଉତ୍ସାହଜନକ ଓସ୍କାର ବିଜେତା ତେଲୁଗୁ ଗୀତ ନାଟୁ ନାଟୁର ତାଳରେ ନୃତ୍ୟ କରିଥିଲେ । ଜାମନଗର ସହର ନିକଟରେ ଥିବା ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ୍‌)ର ପେଟ୍ରୋଲିୟମ୍‌ ବିଶୋଧନାଗାର ନିକଟରେ ଥିବା ଏକ ଆବାସିକ ଟାଉନସିପ୍‌ରେ ରବିବାର ସକାଳେ ଭାରତୀୟ ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ସମସ୍ତ ସୁନ୍ଦର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାଇଥିଲେ । ଶାହାରୁଖ, ସଲମାନ ଏବଂ ଆମୀରଙ୍କୁ ଏକ ଫିଲ୍ମରେ ଏକାଠି କରିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକମାନେ ଯେତେବେଳେ ଆରଆରଆର ଷ୍ଟାର ରାମ ଚରଣଙ୍କ ସହାୟତାରେ ନାଟୁ ନାଟୁର ଆଇକନିକ ହୁକ୍‌ ଷ୍ଟେପକୁ ଟକ୍କର ଦେବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନଙ୍କର ମିଳିତ ତାରକା ଶକ୍ତିର ଏକ ଛୋଟ ଝଲକ ଦେଖିବାକୁ ମିଳିଥିଲା । ସଲମାନ ମୁଝସେ ଶାଦି କରୋଗିର ହିଟ୍‌ ଗୀତ ‘ଜିନେ କେ ହୈ ଚାର ଦିନ’ ଆମୀର ଏବଂ ଶାହାରୁଖଙ୍କ ଷ୍ଟେପ୍‌ କପି କରି ଟାଓ୍ଵାଲ୍‌ ଡ୍ୟାନ୍‌ସ ମୁଭ୍‌ କରିଥିଲେ । ପରେ ପରେ ଆମୀର ଏବଂ ଶାହାରୁଖ ନିଜ ଗୀତ ମସ୍ତି କି ପାଠଶାଳା ଏବଂ ଚୈୟାଁ ଚୈୟାଁ ସହିତ ତାଙ୍କୁ ଅନୁସରଣ କରିଥିଲେ ଏବଂ ଏହି ଉତ୍ସବରେ ତିନିଜଣ ଯୋଗ ଦେଇଥିଲେ । ଏହାପରେ ଖାନମାନେ ନାଟୁ ନାଟୁର ହିନ୍ଦୀ ସଂସ୍କରଣ ନାଚୋ ନାଚୋରେ ନୃତ୍ୟ କରିଥିଲେ ଏବଂ ଶାହାରୁଖଙ୍କ ସିଗ୍ନେଚର ଓପନ୍‌ ଆର୍ମ୍‌ସ ପୋଜ୍‌କୁ ରିକ୍ରିଏଟ୍‌ କରିଥିଲେ ।
ଗୁଜୁରାଟର ଜାମନଗରରେ ଅମ୍ବାନୀ ପରିବାର ମଧ୍ୟରେ ଉତ୍ସାହର ବାତାବରଣ ଖେଳିଯାଇଥିଲା । କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ବଲିଉଡର ତାରକାଙ୍କ ଠାରୁ ନେଇ ବ୍ୟବସାୟୀ, ଖେଳାଳିଙ୍କ ସମେତ ଦୁନିଆର କୋଣଅନୁକୋଣରୁ ଅ‌ନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଭିନେତା ତଥା ସ୍ବାମୀ ରଣବୀର ସିଂହଙ୍କ ସହିତ ପାଦରେ ପାଦ ମିଳାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଦୀପିକା ଅନ୍ତସତ୍ତ୍ବା ଥିବା ସତ୍ତ୍ବେ ଅମ୍ବାନିଙ୍କ ଖୁସିରେ ସାମିଲ ହୋଇ ଝୁମିଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କେବଳ ଏତିକି ନୁହେଁ ଅମ୍ବାନୀ ପରିବାରର ଏହି ଖୁସିର ମୁହୂର୍ତ୍ତରେ ବଲିଉଡର ତିନଖାନ ଶାହରୁଖ ଖାନ, ସଲମାନ ଖାନ ଓ ଅମୀର ଖାନଙ୍କୁ ବି ଏକାଠି ଝୁମି ଥିବା ଦେଖିବାକୁ ମିଳିଛି । ବିବାହକୁ ଆଉ କିଛିମାସ ବାକି ଥିବାବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାଖକୁ ବୈବାହିକ ଜୀବନ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରରେ ଲାଗିଛି ।

SHARE BY