ରାଜଧାନୀ ଭୁବନେଶ୍ୱର ହେବ ଅଧିକ ସୁନ୍ଦର । ରାସ୍ତା ଘାଟ ସହ ଛକ ବଜାରର ହେବ ଆଲୋକୀକରଣ । ଏଭଳି ଅନେକ ଯୋଜନା ପ୍ରସ୍ତୁତ କରିଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ୨୦୨୪-୨୦୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିଛି ବିଏମସି । ପ୍ରଥମ ଥର ପାଇଁ ବିଏମସିର ବଜେଟ ହଜାରେ କୋଟି ଟଙ୍କା ଅତିକ୍ରମ କରିଛି । ୧ ହଜାର ୨୭ ଦଶମିକ ୫୫ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ଓ ଭୂବନେଶ୍ୱର ମହାନଗର ନିଗମର ପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ପେଭର ବ୍ଲକ ରାସ୍ତା ନିର୍ମାଣ ବାବଦକୁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ