ତୁର୍କୀ କୋଇଲାଖଣିରେ ବିସ୍ଫୋରଣ । ତୁର୍କୀର ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍ ପ୍ରଦେଶର ଏକ କୋଇଲାଖଣିରେ ବିସ୍ଫୋରଣ ଘଟି ୨୫ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବାର ସୂଚନା ମିଳିଛି । ବିସ୍ଫୋରଣ ଘଟିଲା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ । ଏନେଇ ବାର୍ତିନ୍ ପ୍ରଦେଶ ଅନ୍ତର୍ଗତ ଅମ୍ସରା ଜିଲ୍ଲାର କୃଷ୍ଣସାଗର ପ୍ରଦେଶ ଅଞ୍ଚଳର ଘଟଣାସ୍ଥଳରେ ଗୃହମନ୍ତ୍ରୀ ସୁଲେମାନ୍ ସୋୟଲୁ ସାମ୍ବାଦିକମାନଙ୍କୁ କହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି, ଏବଂ ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି । ଖଣିରେ ୧୦୦୦ରୁ ୧,୧୫୦ ଫୁଟ୍ ଭିତରେ ଦୁଇଟି ପୃଥକ୍ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଥିବା ଖବର ମଧ୍ୟ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ