The Topmost

“The eyes believe themselves, the ears believe other people.”

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି-ପ୍ରମିଳା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଥିବାରୁ ବିଜେଡ଼ି ପକ୍ଷରୁ ପ୍ରମିଳା ମଲ୍ଲିକ  ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ନାଁକୁ ନେଇ ବିଜେପି ଡରୁଛି । ଯେଉଁଥିପାଇଁ ବିଜୁବାବୁଙ୍କ ଅସ୍ତିତ୍ୱକୁ ଲୁଚାଇବାକୁ ବିଜେପି ଏପରି ହୀନ ଚକ୍ରାନ୍ତ କରିଛି ।

ସେ କହିଛନ୍ତି, ରାଜ୍ୟ ସରକାର ବିଜୁବାବୁଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସ ପାଳନକୁ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ଏହା ବିଜୁବାବୁଙ୍କ ପ୍ରତି ଅପମାନ । ଓଡ଼ିଶା ଅସ୍ମିତାର ଦ୍ୱାହି ଦେଇ ବିଜେପି ନିର୍ବାଚନ ଜିତିଛି । ଏହା କ’ଣ ଓଡ଼ିଆ ଅସ୍ମିତା । ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ । ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନ କରିବା କ୍ଷୋଭର ବିଷୟ । ବିଜୁଙ୍କୁ ଅପମାନ କରିବା ଅନୁଚିତ। ବିଜୁବାବୁ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ।

ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ୧୯୯୩ ମସିହାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ସେବେଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। 

ବିଜେଡି ମାର୍ଚ୍ଚ ୫ରେ ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିଛି। ସବୁ ନିର୍ବାଚନ ମଣ୍ଡଳୀରେ ବି ଏହି ଦିବସ ପାଳନ ହେବେ ବୋଲି ସେ କହିଛନ୍ତି।

SHARE BY