ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି। ଦେବେନ୍ଦ୍ର ନାଥଙ୍କୁ ପୁରୀ, ରାହାସ ବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି କରିଛି। ଗଞ୍ଜାମରେ ସରୋଜ ସାବତ ଓ ବଲାଙ୍ଗୀରରେ ଶ୍ରୀବତ୍ସ ବେହେରା ଜିଲ୍ଲା ସଭାପତି ହୋଇଛନ୍ତି।
ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି। ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ। ସହମତି ଭିତରେ ଜିଲ୍ଲା ସଭାପତି ବଛାଯାଉଛି।
ବିଜେପି ଜିଲ୍ଲା ସଭାପତି
ଗଞ୍ଜାମ: ସରୋଜ ସାବତ
ବଲାଙ୍ଗୀର: ଶ୍ରୀବତ୍ସ ବେହେରା କଟକ ନଗର: ସୁକାନ୍ତ ବିଶ୍ୱାଳ ଦେବଗଡ଼: ଅରୁଣ କୁମାର ସାହୁ
ପୁରୀ: ଦେବେନ୍ଦ୍ର ତରାଇ
ସୁନ୍ଦରଗଡ: ଗିରିଶ ସାହୁ
କେନ୍ଦ୍ରାପଡା: ଶଶାଙ୍କ ଶେଖର ସେଠି
ବାଲେଶ୍ୱର: ଈଶ୍ୱର ଚନ୍ଦ୍ର ବେହେରା
କଳାହାଣ୍ଡି :ଯୁଗଳ ପୋଢ଼
ମୟୂରଭଞ୍ଜ (ରାଇରଙ୍ଗପୁର): ଜୁରିଲାଲ ମହନ୍ତ ଢେଙ୍କାନାଳ: ରାହାସ ବିହାରୀ ବେହେରା
More Stories
ପାୱାର ପାଇବା ପରେ ଆକ୍ସନ୍ ମୋଡରେ ଭକ୍ତ ଚରଣ ଦାସ୍
ବିଦ୍ୟୁତ୍ ଦରକୁ ନେଇ ରାଜ୍ୟ କଂଗ୍ରେସର ତାତି
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ