ଧାମନଗର ଉପନିର୍ବାଚନ ନାମାଙ୍କନର ଆଜି ଶେଷ ଦିନ । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି । ବିରାଟ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବିଜେଡ଼ି ବିଜୟର ବାଟ ସହଜ କରିଛି । ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛନ୍ତି ନେତା ଓ କର୍ମୀ । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା