ଜନ୍ମତିଥିରେ ବିଜୁବାବୁଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି । ବିକଶିତ ଓଡ଼ିଶାର ବିନ୍ଧାଣି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ କଲା ସାରା ରାଜ୍ୟ। ବିଭିନ୍ନ ସ୍ଥାନରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନସେବାରେ ନିୟୋଜିତ ହେଲେ ବିଜେଡି କର୍ମୀ ଓ ନେତା। ବିଜୁବାବୁଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ସବୁ ନିର୍ବାଚନମଣ୍ଡଳୀରେ ଆଲୋଚନା କରାଯାଇଛି । ସମୃଦ୍ଧ, ସଶକ୍ତ ଓ ନବୀନ ଓଡ଼ିଶା ଗଠନ ପାଇଁ ଏହି ଅବସରରେ ବିଜେଡି ନେତା ଓ କର୍ମୀ ଶପଥ ନେଇଛନ୍ତି । ଏହି ମହାନ ଜନନାୟକଙ୍କ ପାଇଁ ପୁଣି ଜୋର୍ ଧରିଛି ଭାରତ ରତ୍ନ ଦାବି । ସେ ଥିଲେ ଝଡ଼ର ଇଗଲ୍ । ଆଧୁନିକ ଓଡ଼ିଶାର ସ୍ଥପତି । ଅର୍ଥନୈତିକ ଓ ଶିଳ୍ପ ବିକାଶର କର୍ଣ୍ଣଧାର । ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆଜି ତାଙ୍କର ୧୦୮ତମ ଜୟନ୍ତୀ । ଯାହାକୁ ପାଳନ କରିଛି ସାରା ରାଜ୍ୟ। କଟକରୁ ପେଶାଓ୍ବାର ଯାଏ ବିଜୁବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଇ ବିଜୁ ଜନତା ଦଳ ସମସ୍ତ ନିର୍ବାଚନମଣ୍ଡଳୀରେ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରିଥିଲା । ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦିବସର ଶୁଭାରମ୍ଭ କରାଯାଇଥିଲା । ବିଜୁ ପଟ୍ଟନାୟକ ଥିଲେ ଜନସେବା ଓ ସଶକ୍ତିକରଣର ପ୍ରତୀକ । ଦେଶ ପ୍ରତି ବିଜୁବାବୁଙ୍କ ଅମୂଲ୍ୟ ଅବଦାନ ଓ ସଶକ୍ତ ତଥା ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣରେ ବିଜୁବାବୁ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ରାଉରକେଲା ଇସ୍ପାତ କାରଖାନା ସହ ପାରାଦୀପ ବନ୍ଦରକୁ ନେଇ ବିଜୁବାବୁଙ୍କ ଶିଳ୍ପ ବିପ୍ଳବକୁ ମନେ ପକାଇଛି ସାରା ରାଜ୍ୟ । ଭାରତ ସମେତ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନକୁ ସମସ୍ତେ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ମହିଳା ସଶକ୍ତିକରଣ ପାଇଁ ବିଜୁବାବୁଙ୍କ ଆରମ୍ଭ କରିଥିବା କ୍ରାନ୍ତି ବି ଉଦାହରଣ ସୃଷ୍ଟି କରିଛି । ବିକାଶର ସାରଥି ବିଜୁ ପଟ୍ଟନାୟକ, ରାଜ୍ୟ ସମେତ ଦେଶ ଓ ବିଦେଶ ପାଇଁ ଆଦର୍ଶ ସାଜିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି