ରୌପ୍ୟ ନଗରୀରେ ପ୍ରଫେଟ ମହମ୍ମଦଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଭାଇ ଭଉଣୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା ଗୁଡ଼ିକ କଦମ ଏ ରସୁଲଠାରେ ପହଞ୍ଚିଥିଲା ଏବଂ ସେଠାରେ ବିଶ୍ୱଶାନ୍ତି ନିମନ୍ତେ ସମୁହ ନମାଜ୍ ପାଠ କରାଯାଇଥିଲା। ଅନ୍ୟ ପଟେ ଜୁଲୁସ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ଯୋବ୍ରା, ବକ୍ସି ବଜାର, କଲେଜ ଛକ, ସୂତାହାଟ ଓ ଗୌରୀଶଙ୍କର ପାର୍କ ସମେତ କଟକର ପ୍ରମୁଖ ଛକମାନଙ୍କରେ ପୁଲିସ ମୁତୟନ ରହିଛନ୍ତି। ଏହି ବିଶାଳ ଶୋଭାଯାତ୍ରା ସୁରୁଖୁରୁରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ