ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇଛି । ୨୦୨୨ ମସିହା ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଓ ବିମାନ ଚଳାଚଳ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ବିଗତ ବର୍ଷ ତୁଳନାରେ ବିମାନ ଚଳାଚଳ ସଂଖ୍ୟାରେ 31.9% ଏବଂ ଯାତ୍ରୀ ପରିବହନ ସଂଖ୍ୟାରେ 48.3% ପ୍ରତିଶତ ବୃଦ୍ଧି ହୋଇଛି । 2022 ମସିହା ଜୁଲାଇ ମାସ ମଧ୍ୟରେ 2 ହଜାର 187ଟି ବିମାନ ଚଳାଚଳ କରିଥିଲା । ଏଥିରେ ଯାତ୍ରୀଙ୍କ ସଂଖ୍ୟା ରହିଥିଲା 2 ଲକ୍ଷ 45 ହଜାର 232 । 2023 ମସିହା ଜୁଲାଇ ମାସ ସୁଦ୍ଧା ଭୁବନେଶ୍ବର ବିମାନ ବନ୍ଦରରେ 2 ହଜାର 885ଟି ବିମାନ ଚଳାଚଳ କରିଛି । ଏଥିରେ 3 ଲକ୍ଷ 63 ହଜାର 576 ଜଣ ଯାତ୍ରୀ ଯାତାୟାତ କରିଛନ୍ତି । ଏନେଇ ଏୟାରପୋର୍ଟ ଅଥରିଟି ସୂଚନା ଦେଇଛନ୍ତି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୈନିକ ବିମାନ ଚଳାଚଳ 90ରୁ 100ଟି ରହୁଥିବାବେଳେ ଯାତ୍ରୀଙ୍କ ସଂଖ୍ୟା ପାଖାପାଖି 12 ହଜାରରୁ ଅଧିକ ରହୁଥିବା ଜଣାପଡିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା