The Topmost

“The eyes believe themselves, the ears believe other people.”

ଷ୍ଟାଲିନଙ୍କ ପରେ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ

ପୁଣି ବିବାଦ ଘେରରେ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ । ‘ରାମଚରିତ ମାନସ ପୋଟାସିୟମ୍ ସାଇନାଇଟ ଭଳି’ ବୋଲି କହି ବିବାଦୀୟ ହୋଇଛନ୍ତି ମନ୍ତ୍ରୀ । ହିନ୍ଦୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚନ୍ଦ୍ରଶେଖର ଯାଦବ କହିଥିଲେ ଯେ, ‘ଠାକୁରଙ୍କ ଆଗରେ ଛପନ ପ୍ରକାର ଭୋଗ ବାଢି ଯଦି ସେଥିରେ ପୋଟାସିୟମ ସାଇନାଇଟ୍ ମିଶାଇଦିଆଯାଏ ତାହେଲେ କ’ଣ ହେବ ? ହିନ୍ଦୁ ଧର୍ମଗ୍ରନ୍ଥର ଅବସ୍ଥା ମଧ୍ୟ ସେହିଭଳି’ । ସେ ଆହୁରି ମଧ୍ୟ କହିଛନ୍ତି, ‘ଯେପର୍ଯ୍ୟନ୍ତ ଦେଶରେ ମଇଳା ଟାଙ୍କିକୁ ଓହ୍ଲାଉଥିବା ଲୋକଙ୍କ ଜାତି ବଦଳାନଯିବ ସେପର୍ଯ୍ୟନ୍ତ ଦେଶରେ ସଂରକ୍ଷଣ ଓ ଜାତୀୟ ଗଣନାର ଆବଶ୍ୟକତା ପଡୁଥିବ’ । ଏହା ପୂର୍ବରୁ ମଧ୍ୟ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ ମନ୍ତ୍ରୀ ଚନ୍ଦ୍ରଶେଖର । ଜନ୍ମାଷ୍ଟମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହମ୍ମଦ ପୈଗମ୍ବରଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ବୋଲି କହିଥିଲେ । ସାରା ସଂସାରରୁ ବେଇମାନୀ, ଠକେଇ, ସୈତାନୀର ଅନ୍ତ କରିବାକୁ ତାଙ୍କର ଆବିର୍ଭାବ ବୋଲି କହିଥିଲେ’ ।