ପୁରୀ, ପାରାଦୀପ, କେନ୍ଦ୍ରାପଡା, ଶିମିଳିପାଳ ନିର୍ମାଣ ହେବ ହେବ ୫ଟି ହୋଟେଲ୍, ରିସୋର୍ଟ । ରାୟଗଡ଼ାରେ ଇମ୍ଫା କରିବ ଇଥାନଲ୍ ପ୍ରକଳ୍ପ । ଖୋର୍ଦ୍ଧାରେ ତିଆରି ହେବ ବିସ୍ଲେରି କାରଖାନା । ୪୯୫୪ କୋଟିର ୩୧ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ । ଭଦ୍ରକ ଜିଲ୍ଲାରେ ନେପଚୁନସ୍ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କାର ଜାହାଜ ତିଆରି କାରଖାନା ସ୍ଥାପନ କରିବ ।
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୪୯୫୪.୨୬ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ପ୍ରକଳ୍ପଗୁଡ଼ିକ ମଞ୍ଜୁର କରାଯାଇଛି । ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଏସବୁ ପ୍ରକଳ୍ପ ସ୍ଥାପନ କରାଯିବ।
ବୈଠକରେ କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି। କୋରାପୁଟରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ୨୯୪ କୋଟି ଟଙ୍କା ନିବେଶରେ ସୋଲାର ପାୱାର ପ୍ଲାଣ୍ଟ ବସାଇବ। ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି। ରାୟଗଡ଼ାରେ ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିରେ କମ୍ପାନି ୧୩୯.୯୦ କୋଟି ଟଙ୍କା ନିବେଶ କରିବ।
ଭଦ୍ରକ ଜିଲ୍ଲାରେ ନେପଚୁନସ୍ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ଜାହାଜ କାରଖାନା କରିବ
୯୩୪.୫୪ କୋଟି ଟଙ୍କାରେ ଜାହାଜ ତିଆରି କାରଖାନା ସ୍ଥାପନ ହେବ
୪୯୫୪ କୋଟି ଟଙ୍କାରର ୩୧ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ
ସବୁ ପ୍ରକଳ୍ପ କାର୍ୟ୍ୟକାରୀ ୨୪,୧୬୨ ନିଯୁକ୍ତି ସୃଷ୍ଟି ହେବ
କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟିର ନିବେଶକୁ ମଞ୍ଜୁରୀ
କୋରାପୁଟରେ ହିଣ୍ଡାଲକୋ ୨୯୪ କୋଟିର ସୋଲାର ପାୱାର ପ୍ଲାଣ୍ଟ
ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର
ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ପୁରୀରେ ରିସୋର୍ଟ କରିବ
ନିଜସ୍ୱ ଜମିରେ ୨୧୨.୨୫ କୋଟି ଟଙ୍କା ବିନିଯୋଗ କରିବ ଏସ୍ଏନ୍ଏମ୍
ପାରାଦୀପରେ ମେଫେୟାର ୧୦୫ କୋଟି ଟଙ୍କାରେ ହୋଟେଲ୍ ସ୍ଥାପନ କରିବେ
କୋରାପୁଟରେ ଜିଏମ୍-ଇନଫ୍ରାଟେକ୍ ୮୧.୧୧ କୋଟିରେ ରିସୋର୍ଟର ସମ୍ପ୍ରସାରଣ
କେନ୍ଦ୍ରପଡ଼ାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ହୋଟେଲ
ଶିମିଳିପାଳରେ ହୋଟେଲ୍ ସୋନାର ବାଙ୍ଗଲା ୫୧ କୋଟି ଟଙ୍କା ନିବେଶ କରିବ
ସ୍ପାଇସେସ୍ କଟକରେ ୫୦ କୋଟି ଟଙ୍କା ନିବେଶରେ ଏକ କର୍ଣ୍ଣଷ୍ଟାର୍ଚ କାରଖାନା କରିବ
ରିଲାଏନ୍ସ ବାୟୋ ଏନର୍ଜି ସମ୍ବଲପୁରରେ ୧୨୧.୨୧ କୋଟିରେ କମ୍ବ୍ରେସଡ୍ ବାୟୋ ଗ୍ୟାସ୍ କାରଖାନା କରିବ
More Stories
ସୋଲାର୍ ଏନର୍ଜିକୁ ନେଇ ବଡ ଘୋଷଣା, ଯୋଡି ହେଲା ଟାଟା ପାୱାର
ଏଲଆଇସି ବିମାକାରୀଙ୍କ ବଢିଲା ଚିନ୍ତା, ସରକାର ବିକିବେ ଅଂଶଧନ
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର