ସମାଜବାଦୀ ପାର୍ଟିର ବିଶିଷ୍ଟ ନେତା ମୁଲାୟମ୍ ସିଂହ ଯାଦବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଉତ୍ତର ପ୍ରଦେଶ ରାଜ୍ୟରେ ୩ ଦିନ ଯାଏଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମ୍ଙ୍କ ପୁଅ ଅଖିଳେଶ ଯାଦବ ଓ ଭାଇ ରାମଗୋପାଳ ଯାଦବଙ୍କୁ ଫୋନ୍ କରି ସମବେଦନା ଜଣାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ଥିଲେ ସମାଜବାଦର ସ୍ତମ୍ଭ । ତାଙ୍କ ମୃତ୍ୟୁ ହେଉଛି ଗୋଟାଏ ସଂଗ୍ରାମ ଯୁଗର ଅବସାନ । ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କ ସମର୍ଥକଙ୍କ ପ୍ରତି ମୋର ସମବେଦନା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ