ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ । ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନ ନିମନ୍ତେ ଯନ୍ତ୍ରାଂଶ ଯୋଗାଣ କରିବାକୁ ବାଇଡେନ୍ ପ୍ରଶାସନର ଅନୁମତି ଭାରତ ପ୍ରତି ସତର୍କ ସୂଚନା ନୁହେଁ । ଏହିଭଳି ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି । ସେ କହିଛନ୍ତି, କିଛି ଦଶନ୍ଧି ତଳେ ପାକିସ୍ତାନ କ୍ରୟ କରିଥିବା ଏଫ୍-୧୬ ଲଢୁଆ ବିମାନଗୁଡ଼ିକର ମରାମତି ନିମନ୍ତେ ୪୫୦ ନିୟୁତ ଡଲାର୍ର କାର୍ଯ୍ୟକ୍ରମକୁ ଟ୍ରମ୍ପ୍ ପ୍ରଶାସନ ଅବରୋଧ କରିଥିଲା । ରୁଷ୍ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା କାରଣରୁ ଭାରତକୁ ସତର୍କସୂଚନା ଦେବା ଉଦ୍ଦେଶ୍ୟରେ ‘ଏଫ୍-୧୬’ ଉନ୍ନତୀକରଣ ଏବଂ ଆମେରିକା-ପାକିସ୍ତାନ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା ଚାଲିଛି କି ବୋଲି ପଚରାଯାଇଥିଲା । ‘ଇଣ୍ଡୋ-ପାସିଫିକ୍ ନିରାପତ୍ତା ବ୍ୟାପାରର ପ୍ରତିରକ୍ଷା ସହକାରୀ ସଚିବ ଥିବା ଏଲି ରାଟ୍ନର୍ ନାମକ ସେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ସେ କଥା ସତ ନୁହେଁ । ଏଫ୍-୧୬ ଉନ୍ନତୀକରଣ ରୁଷ୍ ସହିତ ସମ୍ପର୍କ ନିମନ୍ତେ ଭାରତ ପ୍ରତି ଚେତାବନୀ ନୁହେଁ । ଆତଙ୍କବାଦ ଏବଂ ଆଣବିକା ନିରାପତ୍ତା ଉପରେ ପ୍ରାଧାନ୍ୟ ଦିଆଯାଇ ପାକିସ୍ତାନ ଓ ଆମେରିକା ମଧ୍ୟରେ ହୋଇଥିବା ସହଯୋଗିତା ରାଜିନାମାର ଏହା ଅଂଶବିଶେଷ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ