ଆଜି ମା’ଙ୍କର ମହାଷଷ୍ଠୀ ପୂଜା । ପରମ୍ପରା ଅନୁସାରେ ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଇଥାଏ । ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯିବ । ବେଲ ଗଛରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ କିଛି ପୂଜା ମଣ୍ଡପରେ ଏହି ନୀତି ସକାଳେ ସମ୍ପନ୍ନ ହେବାକୁ ଥିବା ବେଳେ କିଛି ସନ୍ଧ୍ୟାରେ ମଧ୍ୟ କରାଯିବ । ରବିବାର ମହାସପ୍ତମୀରେ ମା’ଙ୍କର ଚକ୍ଷୁଦାନ ହେବ । ଏହା ପରେ ସୋମବାର ଦିନ ମହାଅଷ୍ଟମୀରେ ସନ୍ଧିପୂଜା କରାଯିବ । ମଙ୍ଗଳବାର ମହାନବମୀ ପୂଜା ଥିବା ବେଳେ ବୁଧବାର ବିଜୟା ଦଶମୀ ପଡୁଛି । ଦୁଇବର୍ଷ କରୋନା କଟକଣା ହଟିଥିବାରୁ ଆଜି ଠାରୁ ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଭିଡ଼ । ରାଜଧାନୀର ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ତୋରଣ ମନ ମୋହିବ । ସେହିପରି କଟକରେ ସୁନା, ଚାନ୍ଦିରେ ଝଟକିବେ ମା’ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଟୁଇନ ସିଟିରେ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା