The Topmost

“The eyes believe themselves, the ears believe other people.”

ପ୍ରତିଦିନ ନିରବ ରୁହନ୍ତୁ ଅନ୍ୟୁନ ଅଧଘଣ୍ଟା

କିଛି ନିର୍ଦ୍ଦିଷ୍ଟ କର୍ମସ୍ଥଳୀକୁ ବାଦ୍‌ଦେଲେ ଭାରତୀୟମାନେ କେବଳ ବିମାନ ଭିତରେ ଚୁପ୍ ରହୁଥିବା ଦେଖାଯାଏ। ଅଧିକାଂଶ ଲୋକ ପରସ୍ପରକୁ ଜାଣି ନ ଥିବାବେଳେ ବିମାନ ଇଞ୍ଜିନ୍‌ର ଶବ୍ଦ ଯୋଗୁ ସାଧାରଣଭାବେ କଥା କହିବା କଷ୍ଟକର ହୋଇପଡ଼େ। କ୍ୟାବିନ୍ କ୍ର୍ୟୁଙ୍କ ବାରଣ ସତ୍ତ୍ବେ ବି ଅନେକ ବିମାନ ରନ୍‌ୱେରେ ଥିବା ସମୟରେ ମୋବାଇଲରେ କଥା କହିବା ଆରମ୍ଭ କରିଦିଅନ୍ତି। ବହି ପଢ଼ିବାରେ କୌଣସି ପ୍ରକାର ଶବ୍ଦ ସୃଷ୍ଟି ହେଉ ନ ଥିବାବେଳେ ବିମାନରେ ବହୁତ ଏହା କମ୍ ଦେଖିବାକୁ ମିଳିଥାଏ। ଏଭଳି ବ୍ୟବହାର କରୁଥିବା ବ୍ୟକ୍ତି ହେଉଛନ୍ତି, ସିଗାରେଟ୍ ଟାଣୁଥିବା ବ୍ୟକ୍ତି ସହ ସମାନ। ଯେଉଁମାନେ କି ସିଗାରେଟ୍‌ ସରିବା ପୂର୍ବରୁ ଶେଷଥର ଲାଗି ଧୂଆଁକୁ ଜୋରରେ ଟାଣିଥା’ନ୍ତି।

ଭାରତୀୟମାନେ ସାଧାରଣତଃ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥା’ନ୍ତି। ବିଶେଷକରି ‌ଟ୍ରେନ୍‌ରେ ଦୀର୍ଘକାଳୀନ ଯାତ୍ରା ସମୟରେ ନିଜ ଆଖପାଖରେ ଥିବା ଯାତ୍ରୀଙ୍କ ସହିତ କଥାହେବାକୁ ଲୋକମାନେ ପସନ୍ଦ କରିଥା’ନ୍ତି। ବସ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥାଏ। ଭାରତୀୟମାନେ ଚୁପ୍ ରହିବା ବା ନିରବତାଠାରୁ ଦୂରେଇ ରହିବାକୁ ପସନ୍ଦ କରିଥା’ନ୍ତି। ବୋଧହୁଏ ଏକ ଘନିଷ୍ଠ ଓ ଅଧିକ କଥାପ୍ରିୟ ଗୋଷ୍ଠୀଙ୍କ ଭିତରେ ବଢ଼ିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥାଇପାରେ।

କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଭାରତୀୟମାନେ ୨ ମିନିଟ୍‌ ନିରବ ପ୍ରାର୍ଥନା କରିବାର ପ୍ରଥା ରହିଛି। ମାତ୍ର ନିରବ ପ୍ରାର୍ଥନାର ୨୦ ସେକେଣ୍ଡ ପରେ ଅଧିକାଂଶ ଭାରତୀୟ ଅସ୍ଥିର ହୋଇପଡ଼ିଥା’ନ୍ତି। ତେଣୁ ଅଧିକାଂଶ କ୍ଷେତ୍ରରେ ଯେଉଁ ବ୍ୟକ୍ତି ଏହି ନିରବ ପ୍ରାର୍ଥନା ପାଇଁ ଆହ୍ବାନ କରିଥା’ନ୍ତି, ୧୨୦ ସେକେଣ୍ଡ ପୂରଣ ପୂର୍ବରୁ ଏହାକୁ ଶେଷ କରିଦେଇଥା’ନ୍ତି। ଏପରିକି ସ୍ବାଧୀନତା ସଂଗ୍ରାମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୨ମିନିଟ୍‌ ନିରବ ପ୍ରାର୍ଥନା ପାଇଁ କେନ୍ଦ୍ର ସରକାର ଆହ୍ବାନ କରିଥିବାବେଳେ ଏହା ମଧ୍ୟ ଠିକ୍ ଭାବେ ପାଳନ ହେଉଥିବା ଦେଖିବାକୁ ମିଳେନାହିଁ। ଅଧିକାଂଶ ନିଜ ଇଚ୍ଛାରେ ଏହାକୁ ପାଳନ କରି ନ ଥା’ନ୍ତି। ଅରଭିଲ୍‌ଙ୍କ ମତ୍ରୀମନ୍ଦିରରେ ଥିବା ଧ୍ୟାନ ଚାମ୍ବରରେ ନିରବ ରହିବାଲାଗି ବାରମ୍ବାର କୁହାଯାଉଥିଲେ ବି ‌ସେଠାରେ ଉପସ୍ଥିତ ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ତାହା ସମ୍ଭବପର ହୋଇନଥାଏ।

ମନ୍ଦିରରେ କାହିଁକି ଚୁପ୍ ରହିବାକୁ ହେବ ବୋଲି ଅନେକଙ୍କ ମନରେ ଏକପ୍ରକାର ପ୍ରଶ୍ନ ଉଙ୍କିମାରେ। ଏହାର ଉତ୍ତର ବି ସେମାନେ ଜାଣନ୍ତି… ମନ୍ଦିର ଏକପ୍ରକାର ଶାନ୍ତିର ସ୍ଥାନ। ଘଣ୍ଟା, ଶଙ୍ଖନାଦ ଭଳି କେତେକ ପ୍ରଥା ଭଗବାନଙ୍କ ସହତ ଯୋଗାଯୋଗର ଏକ ମାଧ୍ୟମ। ମନ୍ତ୍ର ଉଚ୍ଚାରଣ ଓ ଶ୍ଲୋକ ଦ୍ବାରା ପ୍ରାର୍ଥନା ବୋଲାଯାଇଥା‌ଏ। ମତ୍ରୀମନ୍ଦିର ପରିସରରେ ଶବ୍ଦ ସହିତ ଖୋଦନ ଓ ସାଜସଜ୍ଜା ନ ଥିବା କାରଣରୁ ଅନେକଙ୍କ ପାଇଁ ଏହା ବିଚଳିତ କରିଦେବା ଭଳି ଅଭିଜ୍ଞତା ରହିଛି। ଏକ ବିରାଟ ଧଳା ଚାମ୍ବର ସହିତ ୧୨ଟି ଧଳା ଖମ୍ବ, ପିତ୍ତଳ ଷ୍ଟାଣ୍ଡ ଉପରେ ବିରାଟ ସନ୍‌ବିମ୍‌ କ୍ରିଷ୍ଟାଲ ଶ୍ରୀ ଅରବିନ୍ଦଙ୍କ ଦୁଇଟି ତିନିକୋଣିଆ ଚିହ୍ନ ସତ-ଚିତ୍ତ-ଆନନ୍ଦଙ୍କୁ ପ୍ରତିନିଧିତ୍ବ କରୁଥିବାବେଳେ ଧଳା ଚଟାଣରେ ପଡ଼ିଥିବା ଗଦି ଭିତରେ ବ୍ୟବଧାନ କାରଣରୁ ଲୋକଙ୍କୁ ନିରବ ରହିବାପାଇଁ ଏକପ୍ରକାର ବାଧ୍ୟ କରିଥାଏ। ଅତି ଧୀର ଶବ୍ଦ ଜୋର‌ରେ ଶୁଭିବା ସହିତ ଚୁପ୍ ଚୁପ୍ କଥା ହେଲେ ବି ଏହା ତୂରୀ ବଜାଇବା ଭଳି ଶବ୍ଦ ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ୨୦ ମିନିଟ୍‌ର ନିରବତା ସେମାନଙ୍କ ପାଇଁ ଏକ ଶବ୍ଦହୀନ ମହାକାଶର ଚଢ଼ିବା ସହିତ ସମାନ।

ତେବେ, ମତ୍ରୀମନ୍ଦିର ଓ ଏହାର ପରିସରରେ ଥିବା ବିରାଟ ବରଗଛ ତଳେ ଥଣ୍ଡା ପବନରେ ଏକ ଘଣ୍ଟା ନିରବ ରହିବା ଏକ କଲ୍ୟାଣକାରୀ ପ୍ରଭାବ ଭଳି ପ୍ରତୀୟମାନ ହୋଇଥାଏ। କାରଣ ପ୍ରସ୍ଥାନ ସମୟରେ ଲୋକମାନଙ୍କ କଥାବାର୍ତ୍ତାର ଶବ୍ଦ ବେଶ୍ ହ୍ରାସ ପାଇଥାଏ। ଯଦିଓ କିଛି ଯାତ୍ରୀ ଯେପରି ବିମାନଟି ଭୂପୃଷ୍ଠରେ ପାଦ ଦେଉ ଦେଉ ନିଜର ମୋବାଇଲ ଅନ୍ କରିଦେଇଥା’ନ୍ତି ଏହାର ପ୍ରଭାବ ମଧ୍ୟ ଖୁବ୍‌ଶୀଘ୍ର ଶେଷ ହୋଇପାରେ। ମାତ୍ର, ନିଜ ଆତ୍ମା ପାଇଁ କିଛି ସମୟ ନିରବତା ଓ ଆତ୍ମଚିନ୍ତନର ଢେର୍‌ ଆବଶ୍ୟକତା ରହିଛି। ଏହା ଙ୍କ ମସ୍ତିଷ୍କରେ ନିଶ୍ଚିତ ପ୍ରଭାବ ପକାଇଥାଏ।

(ଏକ ଇଂରାଜୀ ଦୈନିକରେ ପ୍ରକାଶିତ ରେଶମୀ ଦାସଗୁପ୍ତାଙ୍କ ଲେଖାର ଅନୁବାଦ)

SHARE BY