ଧାମନଗର ଉପନିର୍ବାଚନ ପୂର୍ବରୁ ବଦଳିଲେ ବିଡିଓ । ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଡିଓ । ଏବେ ଦାୟିତ୍ୱରେ ଥିବା ଦୁର୍ଗାଚରଣ ର୍ମୁମୁଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବନବିହାରୀ ଡିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ନିଯୁକ୍ତି ମିଳିଛି । ବନବିହାରୀ ଏବେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ଅଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଡିଓ ମଧ୍ୟ ବଦଳିଛନ୍ତି । ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜ୍ୟୋତିର୍ମୟ କରଙ୍କୁ ନିଯୁକ୍ତି ପାଇଁ ନିଷ୍ପତି ହୋଇଛି । ଜ୍ୟୋତିର୍ମୟ କର ଏବେ କଳାହାଣ୍ଡି କେସିଙ୍ଗାରେ ତହସିଲଦାର ଅଛନ୍ତି । ନୂଆ ନିଯୁକ୍ତି ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି