ବିସିସିଆଇ ମୁଖ୍ୟ ହେବେ ରୋଜର୍ ବିନ୍ନୀ । ସୌରଭ ଗାଙ୍ଗୁଲୀଙ୍କ ପରେ ସେ ବିସିସିଆଇ ମୁଖ୍ୟ ହେବାନେଇ ତଥ୍ୟ ପ୍ରକାଶ ପାଇଛି । ଭାରତର ୧୯୮୩ ବିଶ୍ବ କପ୍ ହିରୋ ରୋଜର୍ ବିନ୍ନୀ ‘ବିସିସିଆଇ’ର ଅଧ୍ୟକ୍ଷ ଓ ରାଜୀବ ଶୁକ୍ଳା ଉପାଧ୍ୟକ୍ଷ ହେବେ ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିଲେ ବି ନୂଆ ଅଧ୍ୟକ୍ଷ ହେବାକୁ ଉଦ୍ୟମ କରୁଥିବା ଜୟ ଶାହ ପୂର୍ବ ଭଳି ‘ବିସିସିଆଇ’ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ପାରନ୍ତି । ବିନ୍ନୀ ଓ ଅନ୍ୟାନ୍ୟ ପଦବୀ ନିମନ୍ତେ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ମଙ୍ଗଳବାର ଓ ବୁଧବାର, ଦୁଇ ଦିନ ସମୟ ରହିଛି । ଔପଚାରିକ ବୋଲି କୁହାଯାଉଥିବା ‘ବିସିସିଆଇ’ ନିର୍ବାଚନ ଅକ୍ଟୋବର ୧୮ ତାରିଖ ଦିନ କରାଯିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ