ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଫାଇଭ-ଟି ଉପକ୍ରମରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆଜି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ କଟକର କ୍ରୀଡ଼ାଜଗତ ଓ ରାଜନୈତିକ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି । କାର୍ଯ୍ୟକ୍ରମରେ ଯୋଗଦେବେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ । ବାରବାଟୀରେ 30 ହଜାର ଦର୍ଶକଙ୍କ ଉପସ୍ଥିତରେ ଏକ ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ନେହା କକ୍କରଙ୍କ ପରି ସେଲିବ୍ରେଟି ଏଥିରେ ଯୋଗଦେବେ । ଫାଇଭ-ଟି ଉପକ୍ରମରେ 600 କୋଟି ଟଙ୍କା ବ୍ୟୟ ବରାଦରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆସନ୍ତା ତିନି ବର୍ଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ଏହି ଐତିହାସିକ ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ 41ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦଘାଟନ କରିବେ । ଯାହାଦ୍ବାର ଉପାନ୍ତରୁ ଉପକୂଳ ସବୁଠି ପ୍ରତିଭାବାନ କ୍ରିକେଟ ଖେଳାଳି ସାମ୍ନାକୁ ଆସିବେ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..