ବ୍ରହ୍ମପୁରରୁ ତଡାହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, ଆସିଲା ନିର୍ଦ୍ଦେଶ

ବ୍ରହ୍ମପୁର ସହରରୁ ବାଙ୍ଗଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିତାଡିତ କରିବାକୁ ବ୍ରହ୍ମପୁର ଏସପିଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରର କିଛି ଆଇନଜୀବୀ ଓ ବୁଦ୍ଧିଜୀବୀ ଏହି ଦାବିପତ୍ର ପ୍ରଦାରନ କରିବା ସହ ବ୍ରହ୍ମପୁରରେ ବହୁ ବାଙ୍ଗଲାଦେଶୀ ଅନୁପ୍ରବେଶକରୀ ନକଲି ଆଧାରକାର୍ଡ ଧରି ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବାଙ୍ଗଲାଦେଶରେ ଜଟିଳ ସ୍ଥିତି ଜାରି ରହିଥିବା ବେଳେ ସେଠାରୁ ଲୋକମାନେ ଭାରତର ବିଭିନ୍ନ ସୀମାନ୍ତ ଅଞ୍ଚଳକୁ ପଶିବାକୁ ଉଦ୍ୟମ କରୁଛନ୍ତି।

ସେହିକ୍ରମରେ ବ୍ରହ୍ମପୁର ସହରରେ ବହୁ ବାଙ୍ଗଲାଦେଶୀ ଅନୁପ୍ରବେଶକରୀ ଆସିଛନ୍ତି ।ପୂର୍ବରୁ ମଧ୍ୟ ସେହି ଦେଶର ବହୁ ଲୋକ ଏହି ସହରରେ ଅସ୍ଥାୟୀ ଭାବେ ରହି ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ରହିଛନ୍ତି। ତେବେ ସେମାନଙ୍କ ଭିତରୁ ଅନେକ ନିଜ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରିଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ ଏବଂ ଆଗକୁ ବ୍ରହ୍ମପୁର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଏହି ସବୁ ବାଙ୍ଗଲାଦେଶୀ ଅନୁପ୍ରବେକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ବେଳେ ଆଇନଜୀବୀ ଅଶୋକ ଶୁକ୍ଳ, ସୂର୍ଯ୍ୟନାରାୟଣ ଚୌଧୁରୀ, ରାଜେଶ କୁମାର ସାହୁ, ରାଜେନ୍ଦ୍ର ପଣ୍ଡା, ଅଞ୍ଜଳୀ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦାବିପତ୍ରର ଏକ ନକଲ ଜିଲାପାଳଙ୍କ ନିକଟକୁ ମଧ୍ୟ ପଠାଯାଇଥିବା ଜଣାପଡିଛି।

SHARE BY