The Topmost

“The eyes believe themselves, the ears believe other people.”

ଶେଷ ନିଶ୍ବାସ ଯାଏ କହିଥିଲେ ବନ୍ଦେ ମାତରମ- ମାତାଙ୍ଗିନି ହାଜ୍ରା

ଏହି ଅଗଷ୍ଟ 15, ଭାରତ ବ୍ରିଟିଶ ରାଜଙ୍କ ଠାରୁ ସ୍ବାଧୀନତାର 78 ବର୍ଷ ପାଳନ କରିବାକୁ ଯାଉଛି । ଏହାରି ଭିତରେ ଦେଶବାସୀଙ୍କ ସ୍ୱାଧୀନତା ପାଇଁ 200 ବର୍ଷ ପୁରୁଣା ସଂଗ୍ରାମକୁ ମନେ ରଖିଛନ୍ତି ପ୍ରତ୍ୟେକ ଭାରତୀୟ । ତେବେ ସ୍ବାଧୀନତାର ଏହି ସଂଗ୍ରାମ ଲଢିଥିବା ପ୍ରସିଦ୍ଧ ନେତାମାନଙ୍କୁ ତ ସମସ୍ତେ ମନେପକାଇବେ । ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ଭାଗତ ସିଂ, ମଙ୍ଗଲ ପାଣ୍ଡେ ଇତ୍ୟାଦି ଅଛନ୍ତି, କିନ୍ତୁ ଅନ୍ୟମାନେ ମଧ୍ୟ ଅଛନ୍ତି ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ସହଯୋଗ କରିଥିଲେ କିନ୍ତୁ ସେମାନଙ୍କ ନାମ ଅନ୍ଧକାରରେ ।

ତାଙ୍କୁ କେହି ମନେ ରଖିନାହାଁନ୍ତି । କି 200 ବର୍ଷର ଇତିହାସରେ ସେମାନେ କେବେ ସାମ୍ନାକୁ ଆସି ନିଜର ଅସ୍ତତ୍ବ ମଧ୍ୟ ଜାହିର କରିନାହାଁନ୍ତି । ଏହା କୌଣସି ଶ୍ରେୟ ନେବାର ପ୍ରତିଯୋଗିତା ନୁହେଁ । ବରଂ ଦେଶ ପାଇଁ କିଛି କରିବାର ସୁଯୋଗ ଭାବି ନିସ୍ବାର୍ଥପର ଭାବରେ ନିଜର ଯୋଗଦାନ ଦେଇଛନ୍ତି । ନା ଅଛି ପରିଚିତି ପୁରସ୍କାରର ଆଶା, ନା ଅଛି ରାଜନେତା ହେବାର ଲୋଭ । ଦେଶ ଆଜି ସ୍ବାଧୀନ ଏହା ହିଁ ସେମାନଙ୍କର ମୂଲ୍ୟ । ତେବେ ଆସନ୍ତୁ ମନେ ପକାଇବା ଏପରି କିଛି ଲୁକ୍କାଇତ ହିରୋଙ୍କୁ ।

ମାତାଙ୍ଗିନି ହାଜ୍ରା

ହାଜ୍ରା ଅନ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଯିଏ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ସତ୍ତେ ତାଙ୍କର ଖ୍ୟାତି ଅର୍ଜନ କରି ପାରିନଥିଲେ। ସେ ଭାରତ ଛାଡ ଆନ୍ଦୋଳନ ଏବଂ ଅ-ସହଯୋଗ ଆନ୍ଦୋଳନର ଅଂଶ ଥିଲେ।

ବ୍ରିଟିଶମାନଙ୍କ ବିରୁଦ୍ଧରେ ଏକ ଶୋଭାଯାତ୍ରାରେ ତାଙ୍କୁ ତିନିଥର ଗୁଳି କରାଯାଇଥିଲା କିନ୍ତୁ ତାହା ତାଙ୍କୁ ରୋକି ପାରିନଥିଲା । ହାତରେ ଥିବା ତ୍ରିରଙ୍ଗା ଧରି ପଦଯାତ୍ରା କରିବାରେ ବାଧା ଦେଇ ପାରିନଥିଲା। ସେ ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ସେ ବଣ୍ଡେ ମାତରାମକହି ଚାଲିଥିଲେ।

SHARE BY