January 12, 2026

ଗତିପଥ ବଦଳାଇଲା ବଡବିଲ୍-କେନ୍ଦୁଝର ଟ୍ରେନ୍, କେଉଁ ଭାୟାରେ ଯିବ ଏକ୍ସପ୍ରେସ୍

କେନ୍ଦୁଝର ସଦର ୧/୧୧ କେନ୍ଦୁଝର ଜିଲ୍ଲା ବଡ଼ବିଲରୁ କେନ୍ଦୁଝର ଦେଇ ପୁରୀ ଅଭିମୁଖେ ଯାଉଥିବା ୧୮୪୧୫ ବଡ଼ବିଲ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା କାମ ଚାଲିଥିବାରୁ ଚଳିତ ନଭେମ୍ବର ମାସ ଏକ ତାରିଖରୁ ଭାୟା କଟକ ପରିବର୍ତ୍ତେ ଭାୟା କପିଳାସ ରୋଡ଼, ନରାଜ ବାରଙ୍ଗ ମଧ୍ୟ ଦେଇ ଚାଲିବ। ଅନୁରୂପ ଭାବେ ପୁରୀରୁ ବଡ଼ବିଲ ଆସୁଥିବା ଟ୍ରେନ ନମ୍ବର ୧୮୪୧୬ ମଧ୍ୟ କଟକ ନ ଯାଇ ବାରଙ୍ଗ ନରାଜ କପିଳାସ ରୋଡ଼ ଦେଇ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ବଲି ପୂର୍ବତଟ ରେଳପଥ ତରଫରୁ ସୂଚନା ଦିଆଯାଇଛି ।

SHARE BY