ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି । ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।
ପ୍ରକାଶ ପାଇଥିବା ସୂଚନା ଅନୁସାରେ, ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହା ଫଳରେ ସରକାରଙ୍କ ଉପରେ ପ୍ରତିବର୍ଷ ଅତିରିକ୍ତ ୧୨,୦୭୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ । କ୍ୟାନସର ଓ ପ୍ରତିରୋପଣ ଭଳି ଜଟିଳ ରୋଗ ପାଇଁ ଯେପରିକି ଲୋକମାନେ ଅଧିକ ଖର୍ଚ୍ଚ କରିପାରିବେ ସେଥିପାଇଁ ସରକାର ନିଜର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ବୀମା ସୁରକ୍ଷାକୁ ଦୁଇଗୁଣା କରି ୧୦ ଲକ୍ଷ ଟଙ୍କା କରିବା ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି ।
ଫେବ୍ରୁଆରି ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟରେ ଏ ନେଇ ଘୋଷଣା ହେବାର ସମ୍ଭାବନା ରହିଛି । ବଜେଟରେ ଘୋଷଣା ହେବା ପରେ ବର୍ଦ୍ଧିତ ବୀମା ରାଶି ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି । ଆଗରୁ ସାଧାରଣ ନିର୍ବାଚନ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାର ବୀମାରାଶି ବଢାଇ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।
More Stories
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା