ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍ପିଏସ୍) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ( ପିସିଆଇ)ର ସହଯୋଗିତାରେ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍ବିଇଏମଏସ) ଦ୍ୱାରା ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏନ୍ବିଇଏମଏସ ର ସଭାପତି ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ । ଏଥିରେ ଏସପିଏସ୍ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା