topmost

Trust is something which may defer for individuals. we build that with our audience. surety is something which no one can give, but surely, we held a corner in our audience’s heart. That heart gave evidence about our surety.
1 min read

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର...

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦିନ ୩ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମମତା । ସେଠାରୁ ପୁରୀ ଯାଇ ସେଠାରେ ରାତ୍ରୀ ଯାପନ...

ମନୋରଞ୍ଜନ ବ୍ୟତୀତ ଆଇପିଏଲ୍ ଲୋକଙ୍କୁ ଗ୍ରାହକ ଆଧାରିତ ବ୍ରାଣ୍ଡ ଇକ୍ୱିଟି ମଧ୍ୟ ଦେଇଛି । ଆଇପିଏଲ୍ ଏହାର ଗ୍ରାହକ ଆଧାରିତ ବ୍ରାଣ୍ଡ ଇକ୍ୱିଟିକୁ ଫଳପ୍ରଦ ଭାବରେ ପ୍ରସ୍ତୁତ...

ଅମୃତପାଲ୍‌ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍‌ସ୍ଥିତ ‘ଇଣ୍ଡିଆ ହାଇକମିସନ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼ ତ୍ରିରଙ୍ଗା ଲଗାଇଛି। ଗୋଟାଏ ବଡ ଜାତୀୟ ପତାକା ଲଣ୍ଡନ୍‌ର ଅଲ୍‌ଡ୍‌ୱିଚ୍‌ ସ୍ଥିତ ‘ଇଣ୍ଡିଆ ହାଉସ୍‌’ର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବ୍ୟାପିଥିବାର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟ‌ମରେ ଭାଇରାଲ୍‌ ହେଉଛି । ଏଭଳି ପଦ‌କ୍ଷେପକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି । ଏହି ଫଟୋକୁ ‘ଟୁଇଟର୍‌’ ପୋଷ୍ଟ୍‌ରେ ସେୟାର୍‌ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍‌ କହିଛନ୍ତି, ‘ଝଣ୍ଡା ଉଁଚା ରହେ ହମାରା’।