The Topmost

“The eyes believe themselves, the ears believe other people.”

ପାକିସ୍ତାନ‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବଢ଼ୁଛି ଅତ୍ୟାଚାର

ପାକିସ୍ତାନ‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବଢ଼ୁଛି ଅତ୍ୟାଚାର । ହିନ୍ଦୁ ମହିଳାଙ୍କ ବିରୋଧରେ ପୁଣି ଏକ ଅତ୍ୟାଚାର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ମହିଳା ଏବଂ ୨ ଜଣ ନାବାଳିକାଙ୍କୁ ଅପହରଣ କରାଯାଇଛି । ଏବଂ ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଇଛି । ମିରପୁରଖାସ ସହରର ନାସରପୁର ଅଞ୍ଚଳରେ ୧୪ ଓ ୧୫ ବର୍ଷ ବୟସର ଦୁଇ ନାବାଳିକା ବଜାରରୁ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିଲା । ସେପଟେ ଜଣେ ବିବାହିତ ହିନ୍ଦୁ ମହିଳା ତଥା ୩ଟି ସନ୍ତାନଙ୍କ ମା’ ମିରପୁରଖାସରୁ ନିଖୋଜ ହୋଇଯାଇଥିଲେ । ପରେ ଜାଣିବାକୁ ମିଳିଲା ଯେ ତାଙ୍କର ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ତାଙ୍କୁ ଜଣେ ମୁସଲିମ ବ୍ୟକ୍ତିଙ୍କ ସହ ବାହା କରିଦିଆଯାଇଛି । ତେବେ ପୁଲିସ ଏହି ମାମଲାର ତଦନ୍ତ କରୁଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ମହିଳା ଏବଂ ନାବାଳିକାଙ୍କୁ ଅପହରଣ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ କରାଯିବା ଘଟଣା ଗମ୍ଭୀର ରୂପ ନେଇଛି । ତେବେ ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିଛି ।