August 17, 2025

୩୬ ବର୍ଷ ବୟସରେ ବଡି ବିଲ୍ଡିଂ ନେଇଗଲା ଜୀବନ, ନଂ 1 ଇଲିଆ ଗୋଲେମ ମୃତ

ବେଲାଋଷ ବଡି ବିଲ୍ଡର ଇଲିଆ ଗୋଲେମ ୟେଫିମଚେକ୍ ଙ୍କ ହୃଦଘାତରେ ପରଲୋକ ହୋଇଛି। ଇଲିଆଙ୍କ ବୟସ ମାତ୍ର ୩୬ ଥିଲା ଓ ସେ ତାଙ୍କ ଶରୀରର ଆକାର ପାଇଁ ଲୋକପ୍ରିୟ ଥିଲେ। ସେ ତାଙ୍କର ଅବିଶ୍ୱସନୀୟ ଶରୀର ଲାଗି ବିଶ୍ୱର ସବୁଠୁ ବିପଦଜନକ ବଡିବିଲ୍ଡରର ଟାଇଟଲ ହାସଲ କରିଥିଲେ। ସେ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ଏକ୍ସରସାଇଜର ଫଟୋ ଓ ଭିଡିଓ ସେୟାର କରନ୍ତି। ଲକ୍ଷାଧିକ ସଂଖ୍ୟାରେ ତାଙ୍କ ଫଲୋଅର୍ସ ଥିଲେ।

ଇଲିଆଙ୍କ ମୃତ୍ୟୁର ଅଧିକାରିକ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ତାଙ୍କ ପତ୍ନୀ ଆନ୍ନା କହିଛନ୍ତି ଯେ ଇଲିଆ ସେପ୍ଟେମ୍ବର ୬ ତାରିଖ ଦିନ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଦିନ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଇଲିଆଙ୍କ ଛାତି ୬୧ ଇଞ୍ଚର ଥିଲା। ଏଥିରୁ ତାଙ୍କ ଶରୀରକୁ ଆକଳନ କରାଯାଇପାରେ। ୧୬୦ କେଜି ଓଜନର ଇଲିଆଙ୍କୁ ତାଙ୍କ ଓଜନ କାୟମ ରଖିବା ପାଇଁ ଦୈନିକ ୧୬,୫୦୦ କ୍ୟାଲୋରୀର ଖାଦ୍ୟ ଖାଉଥିଲେ। ସେ ଏହାକୁ ଦିନକୁ ୭ ଥରରେ ଖାଉଥିଲେ।

ବେଲାଋଷର ଗୋଲେମଙ୍କୁ ଅଳ୍ପବୟସରୁ ଶାରୀରିକ ବ୍ୟାୟାମର ଶୌକ ଥିଲା। ସେ ପାଠ ପଢିବା ପାଇଁ ଚେକ୍ ରିପବ୍ଲିକ ଯାଇଥିବା ବେଳେ ଡାୟେଟ ଓ ବ୍ୟାୟାମରେ ଶରୀର ଗଢିଥିଲେ। ଇଲିଆ ନିଜକୁ ସିଲଭେଷ୍ଟର ଷ୍ଟାଲୋନ ଓ ଅର୍ଣ୍ଣଲ୍ଡ ଶ୍ୱର୍ଜନେଗରଙ୍କ ଭଳି ଦେଖିବାକୁ ଚାହୁଁଥିଲେ। ବଡି ବିଲ୍ଡିଂ ଜଗତ ସହିତ ସମ୍ପୃକ୍ତ ଲୋକଙ୍କ ମୃତ୍ୟୁ ଖବର ଏବେକା ସମୟରେ ଲଗାତାର ସାମ୍ନାକୁ ଆସୁଛି। ଇଲିଆଙ୍କ ପୂର୍ବରୁ ବ୍ରାଜିଲିୟ ବଡି ବିଲ୍ଡର ମାଥ୍ୟୁସ୍ ପାଭଲକ ତାଙ୍କ ଘରେ ମୃତ ମିଳିଥିଲେ।

SHARE BY