ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ । ଅପରାହ୍ନ ୩ଟାରେ ପ୍ରେସ କନଫରେନ୍ସ କରିବେ ନିର୍ବାଚନ ଆୟୋଗ । ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରେସ କନଫରେନ୍ସ ଡକାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଡିସେମ୍ବରର ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ୨୦୧୭ ନିର୍ବାଚନରେ ଗୁଜରାଟରେ ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୭୭ ସିଟ୍ ମିଳିଥିଲା । ସେହିପରି ହିମାଚଳରେ ବି ମୋଟ ୬୮ ସିଟରୁ ୪୪ ସିଟରେ ବିଜୟୀ ହୋଇଥିଲା ବିଜେପି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ