ଫେବ୍ରୁଆରି ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରାଯିବ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ଚଳିତ ବିଧାନସଭାର ଶେଷ ଅଧିବେଶନ ।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅଧିବେଶନର ପ୍ରଥମ ଦିନ ଅର୍ଥାତ ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି । ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।
୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ କାମଚଳା ବଜେଟ୍ ଆଗତ କରିବେ । ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପରଦିନ ଅର୍ଥାତ ୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ କାର୍ଯ୍ୟଦିବସ ରହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ