ହାଇକୋର୍ଟରେ ଏଏସଓ ମାମଲାର ଶୁଣାଣି ହୋଇଛି । ଉଚ୍ଚନ୍ୟାୟାଳୟ ପୂର୍ବ ରାୟକୁ କାଏମ ରଖି ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ଫଳରେ ଓପିସିଏସସି ପକ୍ଷରୁ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଚାକିରୀ ଆଶାୟୀଙ୍କୁ ଶକ୍ତ ଝଟକା ଲାଗିଛି । ଆସିଷ୍ଟାଂଟ ସେକ୍ସନ ଅଫିସର ପରୀକ୍ଷା ପରେ ଓପିଏସସି ପକ୍ଷରୁ ମେରିଟ ତାଲିକା ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ମେରିଟ ତାଲିକାରେ ସ୍ଥାନ ପାଇନଥିବା ଚାକିରୀ ଆଶାୟୀ ନିୟମର ଉଲ୍ଲଂଘନ ଓ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଓପିଏସସି ପକ୍ଷରୁ ଜାରି ହୋଇଥିବା ମେରିଟ ତାଲିକାକୁ ଖାରଜ କରିବା ସହ ନୂଆ ତାଲିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମେରିଟ ତାଲିକାରେ ଥିବା ଚାକିରୀ ଆଶାୟୀ । ଆଜି କୋର୍ଟ ରିଟ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରି ପୂର୍ବ ରାୟକୁ କାଏମ ରଖିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା