ବିଳମ୍ବ ହୋଇପାରେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ । ଚିଲିକାରେ ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ବିଦେଶାଗତ ଅତିଥି ପକ୍ଷୀ ଆସିଯିବା କଥା । କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି । କାରଣ ମୌସୁମୀ ଫେରିବାରେ ବିଳମ୍ବ ହେଲେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ପାଇଁ ବାତାବରଣ ଅନୁକୂଳ ହେବ ନାହିଁ । ପାଣିପାଗ ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଲଘୁଚାପ ଜାରି ରହିବ । ତେଣୁ ଲଘୁଚାପଜନିତ ବର୍ଷା ଓ ତାହା ପ୍ରଭାବରେ ଚିଲିକା ତାପମାତ୍ରା ବିଦେଶୀ ପକ୍ଷୀଙ୍କ ଆଗମନକୁ ପ୍ରଭାବିତ କରିପାରେ ବୋଲି ସ୍ଥାନୀୟ ପକ୍ଷୀ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍