ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି । ଇସଲମାବାଦ ମାରଗଲ୍ଲା ପୋଲିସ ଷ୍ଟେସନର ଜଣେ ମାଜିଷ୍ଟ୍ରେଟ ଇମରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଅଗଷ୍ଟ ୨୦ରେ ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ଜେବା ଚୌଧୁରୀଙ୍କ ଉପରେ ଟିପ୍ପଣୀ ମାମଲାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ମହିଳା ବିଚାରପତି ଜେବା ଚୌଧୁରୀଙ୍କୁ ଏକ ସାର୍ବଜନୀନ ରାଲିରେ ଇମରାନ ଖାନ ଧମକ ଦେଇଥିଲେ । ଇସଲାମବାଦରେ ଅଗଷ୍ଟ ୨୦ରେ ଏକ ରାଲି ସମୟରେ ପିଟିଆଇ ମୁଖ୍ୟ ଇମରାନ ଖାନ ନିଜ ସହଯୋଗୀ ଶାହବାଜ ଗିଲଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ନେଇ ଶୀର୍ଷ ପୋଲିସ ଅଧିକାରୀ, ନିର୍ବାଚନ ଆୟୋଗ ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ । ଶାହବାଜ ଗିଲଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ