February 17, 2026

ଶରୀରର ଅତିରିକ୍ତ ଚର୍ବିକୁ ନେଇ ଚିନ୍ତିତ କି ?

କମଳା ଖାଇବାକୁ କାହାକୁ ବା ଭଲ ଲାଗେନା! ଏହାର ଖଟାମିଠା ସ୍ବାଦ ସଭିଙ୍କୁ ଭଲ ଲାଗିଥାଏ। କେବଳ ସ୍ବାଦ ପାଇଁ ଯେ କମଳା ଖାଇବା ଉଚିତ ତାହା ନୁହେଁ, ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଆମକୁ ଏହି ଫଳ ଖାଇବା ଜରୁରୀ।

ଏଥିରେ ରହିଛି ଫାଇବର୍‌, ଯାହାକି ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଥଣ୍ଡା, ଜ୍ବର କିମ୍ବା ଡାଇରିଆ ‌ଆଦି ହେବା ପରେ ଶରୀର ଖୁବ୍ ଦୁର୍ବଳ ଲାଗିଥାଏ। ସେହି ସମୟରେ କମଳା ଖାଇବା ଖୁବ୍ ଜରୁରୀ।

ଫଳ ଓ ପରିବା କେବଳ ଶରୀରକୁ ପୋଷଣ ଦେବାରେ ନୁହେଁ ବରଂ ଅନେକ ସମୟରେ ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ ବି ଆସିଥାଏ। କମଳା ସେଥିମଧ୍ୟରୁ ଅନ୍ୟତମ। ଶୀତ ଦିନେ ଶରୀରରୁ ଜଳୀୟ ଅଂଶ କମ୍‌ ହୋଇ ଯାଉଥିବା କାରଣରୁ କମଳା ଖାଇବା ନିହାତି ଜରୁରୀ। ଏହି ସ୍ବାଦିଷ୍ଟ ଫଳ ଖାଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମ୍‌ ହୋଇଥାଏ ବୋଲି ଜାଣିବାକୁ ମିଳିଛି।

କମଳାରେ ଥିବା ‘ଭିଟାମିନ୍‌ ସି’ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ଶରୀର ପାଇଁ ଖୁବ୍‌ ହିତକାର ହୋଇଥାଏ। କମଳାରେ କ୍ୟାଲୋରି କମ୍‌ ରହିଥିବା ବେଳେ ପୋଷଣ ତତ୍ତ୍ବ ଓ ଭିଟାମିନ୍‌ ସି ଭର୍‌ପୂର ପରିମାଣରେ ରହିଥାଏ। ଯାହାକି ବିଶେଷ କରି ପେଟରୁ ଚର୍ବି କାଟିବାରେ ବିଶେଷ ସହାୟ ହୋଇଥାଏ।

କମଳା ଖାଇବା ଦ୍ବାରା ତ୍ବଚା ସୁସ୍ଥକର ରହିବା ସହ ଅନ୍ୟାନ୍ୟ ରୋଗ କମ୍‌ ହୋଇଥାଏ। ନିୟମିତ କମଳା ଖାଇବା ଦ୍ବାରା କକର୍ଟ ଓ ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ହୋଇଥାଏ।

SHARE BY