September 15, 2025

sleep deprivation, ନିଦ ଅଭାବ ଯୋଗୁଁ ହଇରାଣ ହେଉଛନ୍ତି କି..

ନିଦ୍ରା ଆମ ଶରୀର ପାଇଁ ଖୁବ୍‌ ଦରକାରୀ ହୋଇଥାଏ। ଖାଦ୍ୟ ଓ ପାନୀୟ ପରି ଏକ ସୁସ୍ଥ ଶରୀର ପାଇଁ ନିଦ୍ରାର ବି ଯଥେଷ୍ଟ ଆବଶ୍ୟକତା ରହିଛି। ଠିକ୍‌ ଭାବେ ନିଦ ନହେଲେ ଅନେକ ରୋଗ ଉପୁଜିଥାଏ। ନିଦ ନହେବା ପଛରେ ଅନେକ କାରଣ ରହିଛି। ସେ କାରଣ ଖୋଜି ତାହାର ସମାଧାନ କରିଦେଲେ ଆପଣ ସୁସ୍ଥ ଜୀବନ ବିତାଇବାରେ ସମର୍ଥ ହେବେ ନିଶ୍ଚୟ।

ନିଦ ପାଇଁ ଶରୀରରେ ମେଲାଟୋନିନ୍‌ ହର୍ମନ ଆବଶ୍ୟକ ହୋଇଥାଏ। ଏହି କାରଣରୁ ଆପଣ ରାତିରେ ଏପରି କିଛି ଖାଦ୍ୟ ଖାଆନ୍ତୁ ଯାହାକି ଏହି ହର୍ମୋନ ସୃଷ୍ଟି କରିବାରରେ ସହାୟକ ହେବ। ପଟାସିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ କ୍ୟାଲ୍‌ସିୟମ ଖାଇବା ଦ୍ବାରା ମେଲାଟୋନିନ୍‌ ହର୍ମନ ସୃଷ୍ଟି ହୋଇଥାଏ। ତେଣୁ ରାତ୍ର ଭୋଜନ ବେଳେ ଏହି ଦିଗକୁ ଧ୍ୟାନ ଦିଅନ୍ତୁ।

ଶୋଇବା ପୂର୍ବରୁ କଦଳୀ, ଅଖ୍‌ରୁଟ୍‌, ବାଦାମ ଓ କ୍ଷୀର ଅ‌ାଦି ଖାଆନ୍ତୁ ଓ ପିଅନ୍ତୁ। କିଛି ଲୋକଙ୍କର ରାତିରେ ଅଧାରୁ ଉଠି ଖାଇବାର ଅଭ୍ୟାସ ଥାଏ। ଏହା ଆଦୌ ଠିକ୍‌ ନୁହେଁ। ଏପରି ଅଭ୍ୟାସ ରଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିଦ ଆସିବା ଭାରି କଷ୍ଟ ହୋଇଥାଏ। ଅଧା ରାତିରୁ ଉଠି ଖାଇବା ଦ୍ବାରା ନିଦ ଆସିବାରେ ତ କଷ୍ଟ ହୋଇଥାଏ, ତା’ ସହିତ ଓଜନ ବି ବଢ଼ିଥାଏ।

ରାତିରେ ଶୋଇବା ଆଗରୁ ୧ ଗ୍ଲାସ୍‌ କ୍ଷୀର ପିଇବା ଭଲ ହୋଇଥାଏ। ଏହା ଦ୍ବାରା ମେଲାଟୋନିନ୍‌ ହର୍ମନ ସୃଷ୍ଟି ହୁଏ ଓ ଉତ୍ତମ ନିଦ୍ରା ହୋଇଥାଏ। ସଂଧ୍ୟାରେ ଚା, କଫି ପିଇବା ଦ୍ବାରା ବି ରାତିରେ ନିଦ ହେବାରେ ସମସ୍ୟା ଉପୁଜିଥାଏ। ପାରୁଛନ୍ତି ଯଦି ଏଥିରୁ ଦୂରେଇ ରୁହନ୍ତୁ।

SHARE BY