ଆଗକୁ ଆସୁଛି ମହାଶିବରାତ୍ରି | ଆଉ ଏହି ଅବସରରେ ଅଧିକାଂଶ ଶ୍ରଦ୍ଧାଳୁ ଉପାସ ରହି ଦୀପ ଜାଳିବାକୁ ଚିନ୍ତା କରୁଛନ୍ତି | ସାଧାରଣ ବା ସୁସ୍ଥ ଲୋକ ଉପାସ କଲେ ଚଳେ । କିନ୍ତୁ ଜଣେ ଗର୍ଭବତୀ ଉପବାସ କରିପାରିବେ କି? ଉପବାସ କଲେ ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପଡିବ କି? ଉପବାସ ଦ୍ୱାରା ଗର୍ଭରେ ବଢୁଥିବା ଶିଶୁ ଉପରେ କଣ ସବୁ ପ୍ରଭାବ ପଡିପାରେ? ଆପଣ ସେ ସବୁ ବାବଦରେ ଜାଣିଛନ୍ତି କି?
ବାସ୍ତବରେ ଗର୍ଭାବସ୍ଥାରେ ଉପବାସ କରିବା ଅନେକ କ୍ଷତିକାରକ ହୋଇପାରେ | ଯଦି ଆପଣ ମଧ୍ୟ ଗର୍ଭବତୀ ଅଛନ୍ତି ଏବଂ ଉପବାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା କରିବା ପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ | ଗର୍ଭାବସ୍ଥାରେ ଉପବାସକୁ ନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ ଗର୍ଭବତୀମାନେ ଆଦୌ ଉପବାସ କରିବା ଉଚିତ ନୁହେଁ | କାରଣ ଉପବାସ ରହିବା ଦ୍ୱାରା କାର୍ବୋହାଇଡ୍ରେଟ(ଶ୍ୱେତସାର) ଓ ସୁଗାର(ଶର୍କରା) କମିଯାଇଥାଏ |
କାର୍ବୋହାଇଡ୍ରେଟ ଓ ସୁଗାର ଗର୍ଭରେ ବଢୁଥିବା ଶିଶୁ ପାଇଁ ନିତାନ୍ତ ଆବଶ୍ୟକ | ପ୍ରୋଟିନ, ଭିଟାମିନ ବିନା ଦିନେ ରହିହେବ, କିନ୍ତୁ ବିନା ଶ୍ଵେତସାରରେ ରହିହେବ ନାହିଁ | ଶ୍ୱେତସାର ଅଭାବ ରହିଲେ ହାଇପୋଗ୍ଲାଏସିମା ହୋଇଯିବ | ଉପାସ ରହିଲେ ଶିଶୁର ଶ୍ୱାସକ୍ରିୟା ସମସ୍ୟା ଦେଖାଦେଇପାରେ | ସେହିପରି କିଛି ମହିଳାଙ୍କର ଡାଏବେଟିସ ଓ ଉଚ୍ଚ ରକ୍ତଚାପ ସମସ୍ୟା, ଉଚ୍ଚ ଥାଇରଏଡ ଥିଲେ ଓ ସେମାନେ ଉପାସ କରୁଥିଲେ ଗର୍ଭସ୍ଥ ଶିଶୁ ଉପରେ ଅଧିକ ପ୍ରଭାବ ପଡିପାରେ | ଡାକ୍ତରଙ୍କ ମତରେ ଗର୍ଭାବସ୍ଥା ସମୟରେ ଯଦି ଶିଶୁ ପାଖରେ ଶର୍କରା ଓ ଶ୍ୱେତସାର ଠିକ ଭାବରେ ପହଞ୍ଚିବ ନାହିଁ ତେବେ ଶିଶୁ ନ ବଞ୍ଚିପାରେ | କାରଣ ଜଣେ ସାଧାରଣ ଲୋକ ସିନା ବିନା ଶର୍କରାରେ ରହିପାରିବ କିନ୍ତୁ ଶିଶୁଟିଏ ମା ଖାଉଥିବା ଖାଦ୍ୟ ଓ ଏଥିରେ ଥିବା ଶର୍କରା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ |
More Stories
ଭୁଲରେ ବି ପିଅନ୍ତୁନି ଚା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଅନିଦ୍ରାପଣକୁ ଦୂର କରିଥାଏ ଏହି ପାନୀୟ
ହୃଦରୋଗ ଆଶଙ୍କା ଥିଲେ ଏଡାଇଦେବ ଏହି ପରିବା