ଆମେ ସମସ୍ତେ ଏକଥା ଜାଣନ୍ତି ଯେ ଲୁଣ ଓ ଚିନି ଶରୀର ପାଇଁ ଯେତିକି ଆବଶ୍ୟକୀୟ, ତାଠାରୁ ଅଧିକ କ୍ଷତିକାରକ। କୌଣସି ଖାଦ୍ୟରେ ଲୁଣ ନପଡ଼ିଲେ ତାହା ଏକ୍ଦମ୍ ବେସୁଆଦିଆ ହୋଇଯାଏ। ହେଲେ ଡାକ୍ତରମାନେ ସଦାବେଳେ ଖାଦ୍ୟରେ ଲୁଣର ପରିମାଣ କମ୍ କରିବାର ପରାମର୍ଶ ଦିଅନ୍ତି। କମ୍ ଲୁଣ ଖାଇବା ଦ୍ବାରା ଅନେକ ରୋଗକୁ ଦୂରେଇ ଦେଇହୁଏ।
ଖାଦ୍ୟରୁ ଲୁଣର ପରିମାଣ କମ୍ କରିବା ଦ୍ବାରା ହାଇପର୍ଟେନ୍ସନ୍, ହୃଦ୍ରୋଗ, ଷ୍ଟ୍ରୋକ୍ ଓ କିଡ୍ନୀ ଆଦି ରୋଗର ଆଶଙ୍କାକୁ କମ୍ କରାଯାଇପାରେ। ଯଦି ଆପଣ ଖୁବ୍ ଅଧିକ ଲୁଣ ଖାଉଛନ୍ତି ତ କର୍କଟ ରୋଗରୁ ନେଇ ହାଡ଼ ରୋଗ ଆଦି ହେବାର ଆଶଙ୍କା ରହିଛି।
ଲୁଣ ଯୋଗୁ ବିଭିନ୍ନ ସମସ୍ୟା ଉପୁଜୁଥିବା କାରଣରୁ କିଛି ଲୋକ ସଂପୂର୍ଣ୍ଣ ଭାବେ ଲୁଣ ଖାଇବା ବନ୍ଦ କରିଦିଅନ୍ତି। ମାତ୍ର ଏପରି କରିବା ଅନୁଚିତ। ଶରୀରକୁ ଆୟୋଡିନ୍ର ବି ଆବଶ୍ୟକତା ରହିଛି।
ଡାକ୍ତରଙ୍କ କହିବା କଥା ହେଉଛି ଯଦିଓ ମାତ୍ରାଧିକ ଲୁଣ ଖାଇବା ଶରୀର ପ୍ରତି ଖରାପ, ହେଲେ ଆମ ଜୀବନରେ ଲୁଣର ଖୁବ୍ ଆବଶ୍ୟକତା ରହିଛି। ଏହା ବିନା ବଞ୍ଚିରହିବା ବି ମୁସ୍କିଲ୍ ହୋଇପାରେ। ଯଦି ଗୋଟାଏ ମାସ ପର୍ଯ୍ୟନ୍ତ କେହି ବ୍ୟକ୍ତି ସଂପୂର୍ଣ୍ଣ ଲୁଣ ଛାଡ଼ିଦିଅନ୍ତି ତ ରକ୍ତଚାପ ପୂରା କମ୍ ହୋଇଯିବ।
ଲୁଣ ଛାଡ଼ିଦେବା ଦ୍ବାରା ଶରୀରରୁ ଇଲୋକ୍ଟ୍ରୋଲାଇଟ୍ ଅସନ୍ତୁଳିତ ହୋଇପଡ଼ିବ। ଯାହାଫଳରେ ବାନ୍ତି ଲାଗିବା ସହ ମୁଣ୍ଡ ବି ଘୂରାଇବ। ଏପରିକି ଶରୀରରୁ ସୋଡିୟମ୍ ମାତ୍ରାଧିକ କମ୍ ହେଲେ ମୃତ୍ୟୁ ବି ହୋଇପାରେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଅତିକମ୍ରେ ୫ ଗ୍ରାମ୍ ବା ଏକ ଚାମଚ୍ ଲୁଣର ଆବଶ୍ୟକତା ରହିଛି ବୋଲି ଗବେଷକମାନେ କୁହନ୍ତି।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା