The Topmost

“The eyes believe themselves, the ears believe other people.”

ଦେଶରେ ଆରମ୍ଭ ହେଲା ଆପଲ ଆଇଫୋନ୍ ୧୪ର ନିର୍ମାଣ

ଭାରତରେ ଆରମ୍ଭ ହେଲା ଆପଲ ଆଇଫୋନ୍ ୧୪ର ନିର୍ମାଣ । ତେବେ ଫୋନର ଡିଭାଇସ ତାମିଲନାଡୁ କଂଟ୍ରାକ୍ଟ ମ୍ୟାନିଫ୍ୟାକଚର ଫୋକସ କର୍ଣ୍ଣରେ ନିର୍ମାଣକାର୍ଯ୍ୟ କରାଯିବ । ଡିସେମ୍ବର ମାସ ସୁଦ୍ଧା ମେଡ ଇନ ଇଣ୍ଡିଆ ଆଇଫୋନ ଗ୍ରାହକଙ୍କ ନିକଟରେ ପହଞ୍ଚିବ । ଭରତୀୟ ବଜାରରେ ବିକ୍ରି ଓ ଅନ୍ୟ ଦେଶକୁ ରପ୍ତାନୀ ଲକ୍ଷ୍ୟ ରଖି ଏଠାରେ ନିର୍ମାଣ ହେଉଛି ଆଇଫୋନ । ସେପଟେ ଆପଲ କମ୍ପାନୀ ଭାରତରେ ଫୋନ ନିର୍ମାଣକୁ ନେଇ ବେଶ ଉତ୍ସାହିତ ଥିବା କହିଛି । ବର୍ତ୍ତମାନ ଆପେଲ ପାଖରେ ୩ଟି ଗ୍ଲୋବାଲ ପାର୍ଟନର ରହିଛି । ୱିସଥ୍ରୋନ, ଫକ୍ସକମନ ଓ ଗେବାଥେଆନ । କିଛି ଦିନ ହେବ କମ୍ପାନୀ ଚୀନ ବାହାରେ ଆଇଫୋନର ପ୍ରଡକ୍ସନ ପାଇଁ ଚେଷ୍ଟା ଓ ଚିନ୍ତା କରୁଥିଲା । ୨୦୨୫ ସୁଦ୍ଧା ଆପଲ ମ୍ୟାକ୍, ଆଇପ୍ୟାଡ, ଆପେଲ ୱାଚ୍ ଓ ଏୟାରପୋର୍ଡର ପ୍ରଡକ୍ସନ ଚୀନ ବାହାରେ ୨୫ ପ୍ରତିଶତ ବୃଦ୍ଧି କରିବା ପାଇଁ କମ୍ପାନୀ ଯୋଜନା କରୁଛି ।