The Topmost

“The eyes believe themselves, the ears believe other people.”

ସୁରକ୍ଷିତ ଭାବେ ମୁକ୍ତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୁହାରି

ମିଆଁମାରରେ ପଣବନ୍ଦୀ ଭାରତୀୟଙ୍କୁ ଘାରିଛି ହତ୍ୟା ଭୟ । ପଣବନ୍ଦୀ ଥିବା ୩୦୦ ଭାରତୀୟଙ୍କ ମଧ୍ୟରୁ କେରଳର ପ୍ରାୟ ୩୦ ଜଣଙ୍କୁ ହତ୍ୟା ଭୟ ଘାରିଛି । ମ୍ୟାୱାଡିସ୍ଥିତ ଏକ କମ୍ପ୍ଲେକ୍ସରେ ସେମାନଙ୍କୁ ସାଇବର ଅପରାଧୀ ଭାବେ ଖଟାଯାଉଛି । ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ଏପରିକି ଯଦି ସେମାନେ ସାଇବର ଅପରାଧୀଭାବେ କାର୍ଯ୍ୟ କରିବାକୁ ମନା କରୁଛନ୍ତି ତାହେଲେ ସେମାନଙ୍କୁ ବିଦ୍ୟୁତ ଆଘାତ ଦିଆଯାଉଛି । ସେମାନଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ଲାଗି ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । କେରଳର ଜଣେ ଅପହୃତ ବ୍ୟକ୍ତି କହିଛନ୍ତି ଉକ୍ତ କ୍ୟାମ୍ପଟି ଉଚ୍ଚ ପାଚେରି ମଧ୍ୟରେ ରହିଛି । ଅତ୍ୟାଧୁନିକ ବନ୍ଧୁକଧାରୀମାନେ ସେଠାରେ ପହରା ଦେଉଛନ୍ତି । ଅପହୃତ ବ୍ୟକ୍ତିମାନଙ୍କୁ ବିନା ପାରିଶ୍ରମିକରେ ୧୬ ଘଣ୍ଟା କାମ କରିବାକୁ କୁହାଯାଉଛି । ସେମାନଙ୍କୁ ଅତ୍ୟାଚାର କରାଯିବା ସହିତ ଖାଇବାକୁ ଭଲ ଖାଦ୍ୟ ମଧ୍ୟ ଦିଆଯାଉନାହିଁ । ସେମାନଙ୍କ ପାସପୋର୍ଟ ମଧ୍ୟ ନେଇଯାଇଛନ୍ତି । ଏବଂ ଫୋନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।